କନକ ବ୍ୟୁରୋ : ସହଜରେ ଅଧିକ ଟଙ୍କା ରୋଜଗାର କରିବାର ଲୋଭ କେମିତି ରକ୍ଷକକୁ ଭକ୍ଷକ ବନାଇ ଦିଏ। ତାହା ଏହି ଖବରରେ ଦେଖିବାକୁ ମିଳିଛି। ଜଙ୍ଗଲରେ ବାଘ ଶିକାର କରି ବାଘ ଦାନ୍ତ, ଛାଲ ବିକ୍ରି କରୁଥିବା ଖବର ଆସିଛି । ଗଜପତି ଜିଲ୍ଲା ମୋହନାରେ ଚଢ଼ାଉ କରି ୨ ଜଣ ଶିକାରୀଙ୍କୁ ଗିରଫ କରିଛି ବନ ବିଭାଗ । ସେମାନଙ୍କ ଠାରୁ ୨ଟି ବାଘ ଦାନ୍ତ, ଗୋଟିଏ ଗୋଟିଏ ଧନୁ ତୀର, ୪ ଟି ଫାଶ ଜବତ କରିଛି । ସେହିପରି ଗଞ୍ଜାମ ଜଗନ୍ନାଥପ୍ରସାଦ ରେଞ୍ଜ ଅଞ୍ଚଳରେ ବାଘ ଛାଲ ବିକ୍ରି ପାଇଁ ଡିଲ ଚାଲିଥିବା ବେଳେ ଅତର୍କିତ ଚଢ଼ାଉ କରିଛି ବନ ବିଭାଗ । ଘଟଣାସ୍ଥଳରୁ ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ପୂର୍ବତନ ପୁଲିସ ସବଇନ୍ସପେକ୍ଟର ରହିଥିବା ଜଣାପଡ଼ିଛି । ସେହିପରି ରାୟଗଡ଼ା ଜିଲ୍ଲା କୋଲନରା ଅଞ୍ଚଳରୁ ୨ଟି କଲରାପତରିଆ ବାଘ ଚମଡ଼ା ଜବତ ସହ ୪ ଜଣଙ୍କୁ ରାୟଗଡା ବନ ବିଭାଗ ଗିରଫ କରିଥିବା ଜଣାପଡିଛି।
ଜଙ୍ଗଲରେ ସୁରକ୍ଷିତ ନାହାନ୍ତି ବାଘ, ସହଜରେ ଅଧିକ ଟଙ୍କା ରୋଜଗାର ଲୋଭରେ ବାଘକୁ ମାରି ହେଉଛି ଛାଲ ବେପାର, ୧୦ ବର୍ଷରେ ଗଲାଣି ୫୫ ବାଘଙ୍କ ଜୀବନ
ଗଜପତି ଜିଲ୍ଲା ମୋହନାରେ ଚଢ଼ାଉ କରି ୨ ଜଣ ଶିକାରୀଙ୍କୁ ଗିରଫ କରିଛି ବନ ବିଭାଗ । ସେମାନଙ୍କ ଠାରୁ ୨ଟି ବାଘ ଦାନ୍ତ, ଗୋଟିଏ ଗୋଟିଏ ଧନୁ ତୀର, ୪ ଟି ଫାଶ ଜବତ କରିଛି ।
/kanak/media/media_files/2025/09/03/18-2025-09-03-18-08-14.jpg)