କନକବ୍ୟୁରୋ : ଜଙ୍ଗଲ ଗଲା ବାଘୁଣୀ ଜୀନତ । ଗତକାଲି ଏନକ୍ଲୋଜରରୁ ମୁକ୍ତ କରାଯାଇ ଶିମିଳିପାଳ କୋର ଅଂଚଳକୁ ଛଡ଼ାଯାଇଛି । ଜିନତ ଉପରେ ନଜର ରଖିଛନ୍ତି ବନ ବିଭାଗର ୩ଟି ଟିମ୍ ।
ମହାରାଷ୍ଟ୍ରରୁ ଆସିଥିବା ବାଘୁଣୀର ବୟସ ୩ବର୍ଷ ହୋଇଥିବା ବେଳେ ବନ ବିଭାଗର ସ୍ବତନ୍ତ୍ର ଗାଡ଼ିରେ ତାକୁ ଶିମିଳିପାଳ ନିଆଯାଇଥିଲା । ମହାରାଷ୍ଟ୍ର ତଡ଼ବା ଅନ୍ଧେରୀ ଅଭୟାରଣ୍ୟରୁ ଏହି ବାଘୁଣୀକୁ ଶିମିଳିପାଳକୁ ଅଣାଯାଇଛି ।
କିଛି ଦିନ ତଳେ ବାଘୁଣୀ ଯମୁନାକୁ ମଧ୍ୟ ଶିମିଳିପାଳ ଅଭୟାରଣ୍ୟରେ ଛଡାଯାଇଥିଲା। ଯମୁନା ସ୍ଥାନୀୟ ପରିବେଶ ସହ ଖାପ ଖୁଆଇବା ସହ ଶିକାର କରୁଛି । ଏବେ ଜୀନ୍ନତକୁ ମଧ୍ୟ ଏନକ୍ଲୋଜରରୁ ମୁକ୍ତ କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2024/11/25/Gi8HvhXKf6RXc3wM8MiS.jpg)