କନକବ୍ୟୁରୋ : ପୁରୀଜିଲ୍ଲା ପିପିଲି ମଙ୍ଗଳପୁର ଗାଁରେ ବାଘ ଆତଙ୍କ । ଗ୍ରାମର ଶତାଧିକ ଲୋକ, ବାଡି ଟର୍ଚ୍ଚ ଧରି ଘରବାଡ଼ି ଓ ଗହୀରରେ ଖୋଜାଖୋଜି କରି ରାତି ଅନିଦ୍ରା ହୋଇଛନ୍ତି । ମଙ୍ଗଳପୁର ଗାଁରେ ଜଣେ ବ୍ୟକ୍ତି ଗୁହାଳକୁ ଯାଇଥିବା ସମୟରେ ଏକ ହଳଦିଆ ଓ କଳା ରଙ୍ଗର ପଟା ଦାଗ ଥିବା ଜନ୍ତୁକୁ ଦେଖିଥିଲେ । ଜଙ୍ଗଲି ଜନ୍ତୁଙ୍କୁ ଦେଖି କୁକୁରମାନେ ଭୁକି ଭୟରେ ଦୁରେଇ ରହିଥିଲେ । ଅଜଣା ଜନ୍ତୁ ଗାଁକୁ ପଶି ଆସିଥିବା ଖବର ପ୍ରଚାରିତ ହୋଇଯିବା ପରେ ଗାଁଲୋକ ଏକତ୍ରିତ ହୋଇ ଗାଁ ଗହିର, ବିଲବାଡି ଖୋଜାଖୋଜି କରି ରାତି ଅନିଦ୍ରାରେ କାଟିଛନ୍ତି । କିଛି ଲୋକ ଅଜଣା ଜନ୍ତୁକୁ ବାଘ ବୋଲି ଅନୁମାନ କରି ଭୟଭୀତ ଅଛନ୍ତି ।
ପିପିଲି ନିକଟ ମଙ୍ଗଳପୁର ଗାଁରେ ବାଘ ଆତଙ୍କ : ଗାଁରେ ଅଜଣା ଜନ୍ତୁକୁ ଦେଖିଲେ ଭୟଭୀତ ଗ୍ରାମବାସୀ
ପୁରୀଜିଲ୍ଲା ପିପିଲି ମଙ୍ଗଳପୁର ଗାଁରେ ବାଘ ଆତଙ୍କ । ଗ୍ରାମର ଶତାଧିକ ଲୋକ, ବାଡି ଟର୍ଚ୍ଚ ଧରି ଘରବାଡ଼ି ଓ ଗହୀରରେ ଖୋଜାଖୋଜି କରି ରାତି ଅନିଦ୍ରା ହୋଇଛନ୍ତି ।
/kanak/media/media_files/2025/08/24/06-2025-08-24-07-36-23.jpg)