କନକ ବ୍ୟୁରୋ: କିଛିଦିନର ବ୍ୟବଧାନ ପରେ ପୁଣିଥରେ କଲରାପତରିଆ ବାଘ ଆକ୍ରମଣ କରିଛି । ବାଘ ଆକ୍ରମଣରେ ଜଣେ ତିନି ବର୍ଷର ଶିଶୁର ମୃତ୍ୟୁ ହୋଇଛି। ଏହା ସହ ଜଣେ ଗୁରୁତର ହୋଇଥିବା ଜଣାପଡିଛି । ନବରଙ୍ଗପୁର ସୀମାନ୍ତ ଛତିଶଗଡ଼ ଧମତେରୀ ଜିଲ୍ଲାରେ କିଛି ଦିନ ହେଲା ବାଘ ଆତଙ୍କ ଖେଳିଯାଇଛି ।
ଭିନସାମୁଡା ପଞ୍ଚାୟତର ଧରାବତାର ଗାଁର ସନ୍ତୋଷ କୁମାରଙ୍କ ତିନି ବର୍ଷ ଝିଅ ଖେଳୁଥିବା ବେଳେ ହଠାତ୍ ବାଘ ଆକ୍ରମଣ କରିଥିଲା । ନେହା ସନ୍ଧ୍ୟା ସମୟରେ ନିଜ ଘର ସାମ୍ନାରେ ଖେଳୁଥିବା ବେଳେ ବାଘ ନେହାକୁ ଆକ୍ରମଣ କରି ଜଙ୍ଗଲ ଆଡ଼କୁ ଘୋଷାଡି ନେଇଥିଲା । ଗାଁର ଲୋକଙ୍କ ସମାନାରେ ବାଘ ଝିଅକୁ ନେଇଯାଉଥିବା ବେଳେ ଗାଁର ଲୋକଙ୍କ ପ୍ରତି ଆକ୍ରମଣରେ ବାଘ ଝିଅକୁ ଛାଡି ଚାଲିଯାଇଥିଲା । ତେବେ ବାଘ ଆକ୍ରମଣରେ ନେହାର ଅବସ୍ଥା ଗୁରତର ଥିବାରୁ ଘଟଣା ସ୍ଥଳରେ ତାର ମୃତ୍ୟୁ ହୋଇଯାଇଥିଲା । ଖବର ପାଇ ବନ ବିଭାଗ ଏବଂ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ତେବେ କିଛି ଦିନ ପୂର୍ବରୁ ପାଖ ଗାଁରୁ ଚିତାବାଘ ଛୋଟ ଝିଅକୁ ନେଇ ଯାଇଥିଲା। ଫଳରେ ଏବେ ଗାଁର ଲୋକମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି ।