କନକ ବ୍ୟୁରୋ : ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ରେଞ୍ଜ ଅନ୍ତର୍ଗତ ଏକରି ଗାଁ ନିକଟ ଅଞ୍ଚଳର ଜଙ୍ଗଲରେ ବାଘ ବୁଲୁଥିବା ନେଇ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି । ଏହାପରେ ବନବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପଇଛି । ଜଙ୍ଗଲ ଭିତରେ ସର୍ଚ୍ଚ ଅପରେସନ ଆରମ୍ଭ କରିଛି ବନବିଭାଗ । କୋଡ଼ିଙ୍ଗା ରେଞ୍ଜର ପୂର୍ଣ୍ଣଚନ୍ଦ୍ର ନନ୍ଦ ଓ କୋଡ଼ିଙ୍ଗା ଥାନା ଅଧିକାରୀ ଯୁଗଳ କିଶୋର ଶବର ଓ ଅନ୍ୟ ବନବିଭାଗ କର୍ମଚାରୀଙ୍କ ସହିତ ସ୍ଥାନୀୟ ଅଞ୍ଚଳବାସୀ ଜଙ୍ଗଲ ଭିତରେ ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି । ଜଙ୍ଗଲରେ ପ୍ରାୟ ୨୦ କିଲୋମିଟରରୁ ଅଧିକ ଛତିଶଗଡ଼ ସୀମାନ୍ତ ପର୍ଯ୍ୟନ୍ତ ସର୍ଚ୍ଚ ଅପରେସନ କରାଯାଇଛି । କିନ୍ତୁ ବାଘର ଅବସ୍ଥିତି ସହ ଜଙ୍ଗଲର କୌଣସି ବି ସ୍ଥାନରେ ବାଘର ପାଦ ଚିହ୍ନ ମିଳିନାହିଁ । ଅପରପକ୍ଷରେ ଭିଡିଓ ଭାଇରାଲ ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ବନବିଭାଗ ସହିତ ସ୍ଥାନୀୟ କୋଡ଼ିଙ୍ଗା ଥାନା ଅଧିକାରୀ ମଧ୍ୟ ସର୍ଚ୍ଚ ଅପରେସନରେ ସାମିଲ ହୋଇଛନ୍ତି । ଭିଡିଓର ସତ୍ୟାସତ୍ୟ ଯାଞ୍ଚ କରାଯାଉଥିବା ବେଳେ ଲୋକଙ୍କୁ ଭୟଭୀତ ନହେବା ପାଇଁ ସଚେତନ କରାଯାଉଛି ।
ନବରଙ୍ଗପୁର ଜିଲ୍ଳାରେ ବୁଲୁଛି ବାଘ : ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
ଜଙ୍ଗଲ ଭିତରେ ସର୍ଚ୍ଚ ଅପରେସନ ଆରମ୍ଭ କରିଛି ବନବିଭାଗ । କୋଡ଼ିଙ୍ଗା ରେଞ୍ଜର ପୂର୍ଣ୍ଣଚନ୍ଦ୍ର ନନ୍ଦ ଓ କୋଡ଼ିଙ୍ଗା ଥାନା ଅଧିକାରୀ ଯୁଗଳ କିଶୋର ଶବର ଓ ଅନ୍ୟ ବନବିଭାଗ କର୍ମଚାରୀଙ୍କ ସହିତ ସ୍ଥାନୀୟ ଅଞ୍ଚଳବାସୀ ଜଙ୍ଗଲ ଭିତରେ ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି ।
/kanak/media/media_files/2025/08/23/tiger-2025-08-23-16-13-08.jpg)