ଢେଙ୍କାନାଳ ଜଙ୍ଗଲରେ ମିଳିଲା ବାଘର ପାଦଚିହ୍ନ : ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ

ରିଜର୍ଭ ଫରେଷ୍ଟର ମୁକ୍ତପୋଷି ସେକ୍ସନରେ ଆଜି ପୂର୍ବାହ୍ନରେ ବାଘର ପାଦଚିହ୍ନ ମିଳିଥିବା ନେଇ ଦେଲେ ସୂଚନା । ତେବେ ଏହି ପାଦ ଚିହ୍ନ ବାଘର କି ମହାବଳର ତାହା  ସ୍ପଷ୍ଟ ହୋଇନି ।

tiger

tiger Photograph: (kanakNews)

କନକ ବ୍ୟୁରୋ : ଢେଙ୍କାନାଳରେ ବାଘ । ଅନନ୍ତପୁର ରିଜର୍ଭ ଫରେଷ୍ଟରେ ବାଘ ଥିବା ନେଇ ସ୍ପଷ୍ଟ କଲେ ଢେଙ୍କାନାଳ ଡିଏଫଓ । ରିଜର୍ଭ ଫରେଷ୍ଟର ମୁକ୍ତପୋଷି ସେକ୍ସନରେ ଆଜି ପୂର୍ବାହ୍ନରେ ବାଘର ପାଦଚିହ୍ନ ମିଳିଥିବା ନେଇ ଦେଲେ ସୂଚନା । ତେବେ ଏହି ପାଦ ଚିହ୍ନ ବାଘର କି ମହାବଳର ତାହା  ସ୍ପଷ୍ଟ ହୋଇନି । କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ୍ ମୁକ୍ତପୋଷି ଫରେଷ୍ଟ ସେକ୍ସନ ଅନ୍ତର୍ଗତ କାଦବସନ୍ତ ଗାଁରେ ବାଘ ଆତଙ୍କ ଦେଖା ଦେଇଥିଲା। ଗାଈକୁ ଜଙ୍ଗଲ ଭିତରକୁ ଘୋଷାଡ଼ି ନେଇଥିଲା ବାଘ l ସୂଚନା ଅନୁସାରେ ଗତ ଦୁଇ ଦିନ ତଳେ ମହାବିରୋଡ଼ ରେଞ୍ଜ୍ ମଦରଙ୍ଗାମୁଣ୍ଡା ଗାଁରେ ସମାନ ଭାବେ ଏକ ଗାଈକୁ ଆକ୍ରମଣ କରିଥିଲା ବାଘ। ଗ୍ରାମବାସୀଙ୍କଠାରୁ ଖବର ପାଇ ମହାବିରୋଡ଼ ରେଞ୍ଜର ଓ ବନକର୍ମଚାରୀ ପହଞ୍ଚି ବାଘର ପାଦଚିହ୍ନ ଠାବ କରିବା ସହ ତାର ଗତିବିଧି ଉପରେ ନଜର ରଖିଥିଲେ । ବାଘଟି ଏବେ ମହାବିରୋଡ଼ ରେଞ୍ଜରୁ ପଳାଇ ଆସି କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ୍ ଅନ୍ତର୍ଗତ କାଦବସନ୍ତ ଗ୍ରାମରେ ଆତଙ୍କ ସୃଷ୍ଟି କରିଛି  l 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe