କନକ ବ୍ୟୁରୋ: ଅନୁଗୁଳରେ ବାଘ ଆତଙ୍କ । ଛେଣ୍ଡିପଦା କଙ୍କୁରପାଳ ଗାଁ ନିକଟରେ ମହାବଳ ବାଘର ପାଦ ଚିହ୍ନ ଦେଖିବାକୁ ମିଳିଛି । ଏମିତିକି ବାଘଟି ନିକଟସ୍ଥ ନଦୀ ଅତିକ୍ରମ କରି ଆରପଟକୁ ଯାଇଥିବା ପଗ୍ ମାର୍କରୁ ସ୍ପଷ୍ଟ ହୋଇଛି । ଏହାପରେ ଛେଣ୍ଡିପଦା ରେଞ୍ଜ ପକ୍ଷରୁ ସ୍ଥାନୀୟ ଅଞ୍ଚଳରେ ଡାକବାଜି ଯନ୍ତ୍ର ଜରିଆରେ ଲୋକମାନଙ୍କୁ ସତର୍କ କରାଯାଇଛି ।
ରାତି ସମୟରେ ଜଙ୍ଗଲ ଭିତରକୁ ନଯିବାକୁ ପରାମର୍ଶ ଦିଆଯାଇଛି । ଅନୁଗୁଳ ଆରସିସିଏଫ୍ ଡକ୍ଟର ସଞ୍ଜୟ କୁମାର ସ୍ୱାଇଁ କହିଛନ୍ତି, ଦେବଗଡ଼ ଅଞ୍ଚଳରେ ମାସେ ହେଲା ଘୁରି ବୁଲୁଥିବା ଏକ ମହାବଳ ବାଘ ଦୁଇ ଦିନ ହେବ ଛେଣ୍ଡିପଦା ଅଞ୍ଚଳକୁ ଆସିଛି । ଛେଣ୍ଡିପଦା ବନଖଣ୍ଡରେ ବାଘର ପଗ୍ ମାର୍କ ମଧ୍ୟ ମିଳିଛି । ବାଘ ଉପରେ ନଜର ରଖିବାକୁ ବନ ବିଭାଗ ପକ୍ଷରୁ ଏକ ସ୍ଵତନ୍ତ୍ର ଟିମ୍ ଗଠନ କରାଯାଇଛି । ଜଙ୍ଗଲର ବିଭିନ୍ନ ସ୍ଥାନରେ କ୍ୟାମେରା ଟ୍ରାପ୍ ଖଞ୍ଜା ଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/10/02/27-2025-10-02-17-20-30.jpg)