ବୁଲୁଛି ବାଘ : ଲଇକେରା ଅଞ୍ଚଳରେ ଦେଖିବାକୁ ମିଳିଛି ପାଦ ଚିହ୍ନ

ଏହି ଅଞ୍ଚଳରେ ବାଘ ଚଳପ୍ରଚଳ କରୁଥିବା ଜଣାପଡିଛି । ବାଘ ପାଦଚିହ୍ନ ଦେଖି ଭୟଭୀତ ଅବସ୍ଥାରେ ସ୍ଥାନୀୟ ଲୋକେ । ଏନେଇ ଖବର ପାଇ ବନ ବିଭାଗ ପହଞ୍ଚି ଘଟଣାର ଅନୁଧ୍ୟାନ କରୁଛି ।

Tiger

Tiger Photograph: (KanakNews)

କନକ ବ୍ୟୁରୋ : ପୁଣି ମାତିଲା ବାଘ । ଝାରସୁଗୁଡ଼ା ଲଇକେରା ଅଞ୍ଚଳରେ ବାଘ ଆତଙ୍କ ଦେଖିବାକୁ ମିଳିଛି । ଲଇକେରା ବ୍ଲକରେ ବାଘର ପାଦ ଚିହ୍ନ ଦେଖି ଲୋକେ ଭୟଭୀତ ହୋଇପଡ଼ିଛନ୍ତି । ଲଇକେରା ଓ ସୁନ୍ଦରଗଡ଼ ଜିଲ୍ଲା ସୀମାବର୍ତ୍ତି ଅଞ୍ଚଳ ଭୁକୁଲାପଡ଼ା, ଗଞ୍ଜୁଡ଼ିହି, କର୍ଲାଖମନ୍, ଜାମ୍ମାଲ ଆଦି ସ୍ଥାନରେ ବାଘର ପାଦ ଚିହ୍ନ ପଡ଼ିଛି । ଏହି ଅଞ୍ଚଳରେ ବାଘ ଚଳପ୍ରଚଳ କରୁଥିବା ଜଣାପଡିଛି । ବାଘ ପାଦଚିହ୍ନ ଦେଖି ଭୟଭୀତ ଅବସ୍ଥାରେ ସ୍ଥାନୀୟ ଲୋକେ । ଏନେଇ ଖବର ପାଇ ବନ ବିଭାଗ ପହଞ୍ଚି ଘଟଣାର ଅନୁଧ୍ୟାନ କରୁଛି । ବାଘ କେଉଁ କେଉଁ ସ୍ଥାନରେ ବୁଲୁଛି ଖୋଜା ଖୋଜି ଆରମ୍ଭ କରିଛି ବନ ବିଭାଗ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe