ଡରାଉଛି ବାଘ ଗର୍ଜନ ; ଗୁହାଳରୁ ଟାଣି ନେଉଛି ଗାଈଗୋରୁ

ଗଞ୍ଜାମ ଦୁର୍ଗାପ୍ରସାଦ ଓ ବେଡିଗୋବା ଅଞ୍ଚଳରେ ବାଘ ଆତଙ୍କ । ଗୁହାଳରୁ ଗାଏବ ହୋଇଯାଉଛନ୍ତି ଗୃହପାଳିତ ପଶୁ । ସନ୍ଧ୍ୟା ହେଲେ ଘରେ ପଡ଼ୁଛି ତାଟି କବାଟ ।  ସବୁଦିନ ବାଘ ଗର୍ଜନ ଶୁଭାଯାଉଥିବା ଗ୍ରାମବାସୀଙ୍କ ସୂଚନା ।

Tiger panic

Tiger panic Photograph: (KanakNews)

କନକ ବ୍ୟୁରୋ: ଭୟ ବଢ଼ାଉଛି ବାଘ ଗର୍ଜନ ।   ଗୁହାଳରୁ ଟାଣି ନେଉଛି ଗାଈଗୋରୁ । ଆତଙ୍କିତ ସ୍ଥାନୀୟ ଲୋକେ। ଗଞ୍ଜାମ ଜିଲ୍ଲାର ଉତ୍ତର ଘୁମୁସର ବନଖଣ୍ଡ। ଘଞ୍ଚ ଜଙ୍ଗଲର ଉପସ୍ଥିତି ଯୋଗୁଁ ରାଜ୍ୟ ପ୍ରାକୃତିକ ମାନଚିତ୍ରରେ ଏହାର ସ୍ଥାନ ସ୍ଵତନ୍ତ୍ର। ଦୀର୍ଘ ଓ ପ୍ରଶସ୍ତ ଜଙ୍ଗଲ ପାଇଁ ବନ୍ୟ ଜୀବଜନ୍ତୁଙ୍କ ମୁକ୍ତ ବିଚରଣ ସ୍ଥଳୀ ପାଲଟିଛି ଏହି ଜଙ୍ଗଲ। ତେଣୁ ବାଘ, ଭାଲୁ,ହାତୀ ଭଳି ଜଙ୍ଗଲି ଜନ୍ତୁ ଏଠାରେ ରହିବା ସ୍ଵାଭାବିକ।  କିନ୍ତୁ ଏବେ ସମସ୍ୟା ବଢ଼ାଉଛି ମଣିଷ ସହ ଏମାନଙ୍କର ମୁହାଁମୁହିଁ ପରିସ୍ଥିତି । ଜଙ୍ଗଲ ଅବକ୍ଷୟ ଯୋଗୁଁ ସେମାନଙ୍କ ପରିସ୍ଥାନ ଏବେ ପୁରା ବିପଦରେ । ତେଣୁ କ୍ରମାଗତ ଭାବେ ଜନବସତି ଭିତରକୁ ପଶି ଆସୁଛନ୍ତି ବାଘ, ହାତୀ ଭଳି ଜଂଗଲୀ ଜନ୍ତୁ। ଗୁହାଳରୁ ଟାଣି ନଉଛନ୍ତି ଗାଈ, ଗୋରୁ ଆଉ ଛେଳି।

ଛଅ ମାସ ପୂର୍ବରୁ ମହାରାଷ୍ଟ୍ରରୁ ଏକ ମହାବଳ ଜଙ୍ଗଲ ରାସ୍ତା ଦେଇ ଆସି ଦୀର୍ଘ ଦିନ ଧରି ଏହି ଅଞ୍ଚଳରେ ଆତଙ୍କ ଖେଳାଇଥିଲା। ଏବେ ବେଶ୍ କିଛି ଦିନର ବ୍ୟବଧାନ ପରେ ପୁଣି ଥରେ ଫେରିଛି ବାଘ ଆତଙ୍କ । ଗଞ୍ଜାମ କନ୍ଧମାଳ ସୀମାନ୍ତରେ ଥିବା ଦୁର୍ଗାପ୍ରସାଦ ଓ ବେଡିଗୋବା ଅଞ୍ଚଳରେ ଏବେ ସବୁଦିନ ଶୁଭୁଛି ବାଘ ଗର୍ଜନ । ଗୁହାଳରୁ ପ୍ରାୟ ପନ୍ଦରଟି ଗୃହପାଳିତ ପଶୁ ଗାଏବ ହୋଇଥିବା ନେଇ ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ଅଧିବାସୀ । ଏବେ ସନ୍ଧ୍ୟା ହେଲେ ବାଘ ଭୟରେ ପ୍ରତି ଘରେ ତାଟି କବାଟ ପଡ଼ିଯାଉଛି । ତେଣୁ ବନବିଭାଗ ବାଘର ଗତିବିଧି ଉପରେ ନଜର ରଖିବା ପାଇଁ ଗ୍ରାମବାସୀ ଅନୁରୋଧ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe