କନକ ବ୍ୟୁରୋ:  କଟକ ନିଶ୍ଚିନ୍ତକୋଇଲି ବ୍ଲକ ଅସୁରେଶ୍ୱର ପଞ୍ଚାୟତରେ ବାଘ ଆତଙ୍କ ।  କୁଲଗାଈଶାଳ ଗାଁରେ ବାଘ ବୁଲୁଥିବାର ଭିଡିଓ ସିସିଟିଭିରେ କଏଦ ହୋଥିବା ପ୍ରଚାର ହେବା ପରେ ଆତଙ୍କିତ ଅବସ୍ଥାରେ ଅଛନ୍ତି ଅଞ୍ଚଳବାସୀ । ସୋମବାର ସନ୍ଧ୍ୟାରେ ଏକ କଲରାପବତରିଆ ବାଘ ବୁଲୁଥିବା ଗ୍ରାମବାସୀ ଦେଖିଥିବା କହିଛନ୍ତି । ଏନେଇ ବନ ବିଭାଗକୁ ଖବର ଦେବା ପରେ ବନ କର୍ମଚାରୀମାନେ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ଅଜଣା ଜନ୍ତୁ ପ୍ରକୃତରେ ବାଘ କି ନୁହେଁ ତାର ତଦନ୍ତ କରୁଛି ବନ ବିଭାଗ ।