କନକ ବ୍ୟୁରୋ : ଗାଁରେ ବାଘ ଆତଙ୍କ । ଭୟଭୀତ ଅବସ୍ଥାରେ ଗ୍ରାମବାସୀ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ଦେଖିବାକୁ ମିଳିଛି ବାଘ ଆତଙ୍କ । କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ ଅଧୀନରେ ଥିବା ଭଣ୍ଡାରିଆ ଗାଁ ଜଙ୍ଗଲରେ ବାଘ ଚିହ୍ନ ଆତଙ୍କିତ ଗ୍ରାମବାସୀ । ସେହିପରି ସମ୍ବଲପୁର ଜିଲ୍ଲା ରେଢ଼ାଖୋଲରେ ଦେଖିବାକୁ ମିଳିଛି କଲରାପତରିଆ ବାଘ ଆତଙ୍କ । ୨ ଦିନରେ ବାଘଟି ଗୋଟିଏ ଗାଈ ଓ ୩ଟି ଛେଳି ଖାଇ ଦେଇଥିବା ଜଣାପଡ଼ିଛି । ଯାହାକୁ ନେଇ ଭୟଭୀତ ଅଛନ୍ତି ସ୍ଥାନୀୟ ବାସିନ୍ଦା। ଘଟଣା ସ୍ଥଳରେ ବନ ବିଭାଗର ତଦନ୍ତ ଜାରି ରହିଛି ।
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ପୁଣି ବାଘ ଆତଙ୍କ । କିଛି ଦିନର ନୀରବତା ପରେ ଭଣ୍ଡାରିଆ ଗାଁ ଜଙ୍ଗଲରେ ବାଘ ଚିହ୍ନକୁ ଦେଖିବ ଭୟଭୀତ ହୋଇପଡ଼ିଛନ୍ତି ଅଞ୍ଚଳବାସୀ । ଆଜି ପର୍ଯ୍ୟନ୍ତ ବନ ବିଭାଗ ତରଫରୁ ବାଘକୁ ଠାବ କରାଯିବା ଦିଗରେ ପଦକ୍ଷେପ ନିଆଯଉନଥିବା ଅଭିଯୋଗ ଆସିଛି । ଅନ୍ୟପଟେ ଏନେଇ ବନ ବିଭାଗର ପ୍ରତିକ୍ରିୟା ମିଳିପାରିନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/10/21/tiger-fear-2025-10-21-17-38-10.jpg)