କନକ ବ୍ୟୁରୋ : ବାଘୁଣୀ ଜିନ୍ନତକୁ ନେଇ ଅଡୁଆରେ ବନ ବିଭାଗ । ପ୍ରଥମେ ଝାଡଖଣ୍ଡରେ ଥିବା ସୂଚନା ମିଳିଥିଲା । ହେଲେ ଝାଡଖଣ୍ଡରେ ୧୨ ଦିନ ରହିବା ପରେ ଏବେ ପଶ୍ଚିମବଙ୍ଗକୁ ଡିଆଁ ମାରିଛି । ପଶ୍ଚିମବଙ୍ଗର ଝାଡଗ୍ରାମ ଜଙ୍ଗଲରେ ଥିବା ନେଇ ବନବିଭାଗ ସୂଚନା ଦେଇଛି । ଜିନ୍ନତର ଗତିବିଧି ଉପରେ ବନବିଭାଗର ଏକ ସ୍ୱତନ୍ତ୍ର ଟିମ୍ ନଜର ରଖିଛି । ଏ ସମସ୍ତ ସୂଚନା ଦେଇଛନ୍ତି ଶିମିଳିପାଳ କ୍ଷେତ୍ର ନିର୍ଦ୍ଦେଶକ ।