କନକ ବ୍ୟୁରୋ :  ଓଡିଶା ଛତିଶଗଡ଼ ସୀମାନ୍ତ ଉଦନ୍ତୀ ସୀତାନଦି ଅଭୟରଣ୍ୟ ରଉରୁତୁଲି ଘାଟ ନିକଟରେ ଏକ ଅଜ୍ଞାତ ଗାଡି ଧକ୍କାରେ ଆହତ ହୋଇଥିବା କଲରାପତରିଆ ବାଘର ମୃତ୍ୟୁ। ରାୟପୁର ଜଙ୍ଗଲ ସଫାରିରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ବରଣ କରିଛି ବାଘ । ସୂଚନା ଅନୁସାରେ, ସକାଳ ପ୍ରାୟ 5 ଟା ବେଳେ କଲରାପତରିଆ ବାଘ ଗୁରୁତର ଆହତ ହୋଇଥିବା ଖବର ବନ ବିଭାଗ ପାଇ, ବିଭାଗ ର ଏକ ଦଳ ଏହାକୁ ସୁରକ୍ଷିତ ଭାବରେ ଉଦ୍ଧାର କରି ଗରିଆବନ୍ଧଠାରେ ପ୍ରାଥମିକ ଚିକିତ୍ସା କରିଥିଲେ ।

Advertisment

କଲରାପତରିଆ ବାଘ ର ଅବସ୍ଥା ବିଗିଡି ଚାଲିଥିବାରୁ ବନ ବିଭାଗ ଉନ୍ନତ ଚିକିତ୍ସା ପାଇଁ ଏହାକୁ ରାୟପୁର ଜଙ୍ଗଲ ସଫାରିକୁ ପଠାଇ ଦେଇଥିଲେ ।  ଡାକ୍ତରଙ୍କ ଦଳ ସେଠାରେ ପହଞ୍ଚିବା ମାତ୍ରେ ସେମାନେ ତୁରନ୍ତ  ଆବଶ୍ୟକ ଚିକିତ୍ସା ଆରମ୍ଭ କରିଥିଲେ, କିନ୍ତୁ ମୁଣ୍ଡରେ ଗଭୀର ଆଘାତ ଲାଗି ଥିବା ଯୋଗୁଁ କଲରାପତରିଆ ବାଘ  ମୃତ୍ୟୁର ମୁଖ୍ୟ କାରଣ ବୋଲି ଅନୁମାନ କରାଯାଉଛି।