କନକ ବ୍ୟୁରୋ : ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଗୋଟିଏ ବାଘ ଛୁଆ ମୃତ । ବାଘୁଣୀ ରୁପାର ୨ ମାସର ବାଘ ଶାବକର ମୃତ୍ୟୁ ହୋଇଛି । କିଛି ଦିନ ହେବ ଅସୁସ୍ଥ ଥିଲା ବାଘ ଶାବକ । ନଭେମ୍ବର ୨, ୨୦୨୪ରେ ନନ୍ଦନକାନନରେ ଜନ୍ମ ହୋଇଥିଲା । ଅସୁସ୍ଥତା ପାଇଁ ୧୨ ତାରିଖରୁ ତାର ଚିକିତ୍ସା ଚାଲୁଥିଲା । ସେ ଖାଦ୍ୟ ଗ୍ରହଣ କରୁନଥିବା ନନ୍ଦନକାନନ କର୍ତୃପକ୍ଷ ସୂଚନା ଦେଇଛନ୍ତି । 

Advertisment

ମୃତ୍ୟୁର କାରଣ ଏପର୍ୟ୍ୟନ୍ତ ଜଣା ପଡିନାହିଁ । ଏହାର କାରଣ ଜାଣିବା ପାଇଁ ମୃତ ଶାବକର ପୋଷ୍ଟମର୍ଟମ କରାଯିବ । ସୂଚନାଯୋଗ୍ୟ, ସମ୍ପ୍ରତି ନନ୍ଦନକାନନର ପ୍ରାଣୀ ଉଦ୍ୟାନରେ ବୟସ୍କ ଏବଂ ଶାବକଙ୍କୁ ମିଶାଇ ମୋଟ ୨୭ଟି ବାଘ ଅଛନ୍ତି ।