କନକବ୍ୟୁରୋ : ଏନକ୍ଲୋଜର ଭିତରେ ସ୍ଵାଭାବିକ ରହିଛି ବାଘୁଣୀ ଜୀନତର ସ୍ଵଭାବ । ଜଙ୍ଗଲ ଭିତରକୁ ଛାଡ଼ିବା ନେଇ ଏନଟିସିଏ ରିପୋର୍ଟକୁ ରହିଛି ଅପେକ୍ଷା  ।  ଜାନୁଆରୀ ୧୬ରେ ଏନଟିସିଏ, ୱାଇଲ୍ଡ ଲାଇଫ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ସମେତ ରାଜ୍ୟ ବନ ବିଭାଗର ସଦସ୍ୟକୁ ନେଇ ଜୀନତ ପାଇଁ ଗଠିତ ମନିଟରିଂ ଟିମ ଆସି ଜୀନତର ବ୍ୟବହାର ନେଇ ଅନୁଧ୍ୟାନ କରି ଫେରିଛନ୍ତି । ଏବେ ଜୀନତର ପ୍ରତିଦିନର ଆଚରଣ ଓ ଗତିବିଧି ଉପରେ ନଜର ରଖିଛି ବନ ବିଭାଗ  । 

Advertisment

ଯାହାର ରିପୋର୍ଟ ପ୍ରତିଦିନ ଏନଟିସିଏ ପାଖକୁ ପଠାଯାଉଛି । ଏନଟିସିଏ ଠାରୁ ସବୁଜ ସଙ୍କେତ ମିଳିବା ପରେ ଜଙ୍ଗଲକୁ ଯିବ ଜୀନତ । ଏପଟେ ଟେରିଟୋରୀ ତିଆରି ଲାଗି ଶିମିଳିପାଳ, ହଦଗଡ଼ ଓ କୁଲଡ଼ିହା ଅଭୟାରଣ୍ୟ ଭିତରେ ବିଚରଣ କରୁଛି ବାଘୁଣୀ ଯମୁନା । 
--