ଶିମିଳିପାଳରେ ଆଜିଠୁ ବାଘ ଗଣନା; ବ୍ୟବହାର ହେବ ୩ ଶହରୁ ଅଧିକ ଟ୍ରାପ୍ କ୍ୟାମେରା ଓ AI କ୍ୟାମେରା

Advertisment

ବନ ବିଭାଗ ପକ୍ଷରୁ ୮ଟି ଦଳରେ ୮୫ ଜଣ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ସେମାନେ ଜଙ୍ଗଲରେ ବାଘର ପାଦ ଚିହ୍ନ, ଆମ୍ପୁଡା ଚିହ୍ନ ଓ ମଳ ନମୁନାର ବାଘର ଗଣତି କରିବେ ।

ବନ ବିଭାଗ ପକ୍ଷରୁ ୮ଟି ଦଳରେ ୮୫ ଜଣ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ସେମାନେ ଜଙ୍ଗଲରେ ବାଘର ପାଦ ଚିହ୍ନ, ଆମ୍ପୁଡା ଚିହ୍ନ ଓ ମଳ ନମୁନାର ବାଘର ଗଣତି କରିବେ ।

Tiger Census

Photograph: (KANAK NEWS)

କନକ ବ୍ୟୁରୋ : ଶିମିଳିପାରେ ଆଜିଠୁ ଆରମ୍ଭ ହେଉଛି ବାଘ ଗଣନା । ବନ ବିଭାଗ ପକ୍ଷରୁ ୮ଟି ଦଳରେ ୮୫ ଜଣ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ସେମାନେ ଜଙ୍ଗଲରେ ବାଘର ପାଦ ଚିହ୍ନ, ଆମ୍ପୁଡା ଚିହ୍ନ ଓ ମଳ ନମୁନାର ବାଘର ଗଣତି କରିବେ । ଏଥି ସହ ଶିମିଳିପାଳରେ ଲାଗିଥିବା ୩୦୦ରୁ ଅଧିକ ଟ୍ରାପ୍ କ୍ୟାମେରା ଓ ଏଆଇ କ୍ୟାମେରାର ମଧ୍ୟ ଉପଯୋଗ ହେବ ।

ଏହି ପ୍ରକ୍ରିୟା ବିଭିନ୍ନ ପର୍ଯ୍ୟାୟ ସହ ବର୍ଷ ତମାମ ଚାଲିବ । ଏହା ପରେ ଏନ୍‌ଟିସିଏକୁ ରିପୋର୍ଟ ପ୍ରଦାନ କରାଯିବ । ରିପୋର୍ଟ ଅନୁସାରେ ୨୦୨୬ ବାଘ ଗଣନା ରିପୋର୍ଟ ପ୍ରକାଶ ପାଇବ । ପ୍ରତି ୪ ବର୍ଷରେ ଜାତୀୟ ବାଘ ଗଣନା ରିପୋର୍ଟ ପ୍ରକାଶ ପାଇଥାଏ । ଶିମିଳିପାଳରେ ଏବେ ୨୪ଟି ବୟସ୍କ ମହାବଳ ଥିବା ବେଳେ ୮ଟି ଶାବକ ରହିଛନ୍ତି । ଏହି ସଂଖ୍ୟା ବୃଦ୍ଧି ପାଇଛି ନା ବାଘବଂଶ ହ୍ରାସ ପାଇଛି । ତାହା ଗଣନା ରିପୋର୍ଟ ଆସିବା ପରେ ଜଣାପଡ଼ିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe