କନକ ବ୍ୟୁରୋ : ଶିମିଳିପାରେ ଆଜିଠୁ ଆରମ୍ଭ ହେଉଛି ବାଘ ଗଣନା । ବନ ବିଭାଗ ପକ୍ଷରୁ ୮ଟି ଦଳରେ ୮୫ ଜଣ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ସେମାନେ ଜଙ୍ଗଲରେ ବାଘର ପାଦ ଚିହ୍ନ, ଆମ୍ପୁଡା ଚିହ୍ନ ଓ ମଳ ନମୁନାର ବାଘର ଗଣତି କରିବେ । ଏଥି ସହ ଶିମିଳିପାଳରେ ଲାଗିଥିବା ୩୦୦ରୁ ଅଧିକ ଟ୍ରାପ୍ କ୍ୟାମେରା ଓ ଏଆଇ କ୍ୟାମେରାର ମଧ୍ୟ ଉପଯୋଗ ହେବ ।
ଏହି ପ୍ରକ୍ରିୟା ବିଭିନ୍ନ ପର୍ଯ୍ୟାୟ ସହ ବର୍ଷ ତମାମ ଚାଲିବ । ଏହା ପରେ ଏନ୍ଟିସିଏକୁ ରିପୋର୍ଟ ପ୍ରଦାନ କରାଯିବ । ରିପୋର୍ଟ ଅନୁସାରେ ୨୦୨୬ ବାଘ ଗଣନା ରିପୋର୍ଟ ପ୍ରକାଶ ପାଇବ । ପ୍ରତି ୪ ବର୍ଷରେ ଜାତୀୟ ବାଘ ଗଣନା ରିପୋର୍ଟ ପ୍ରକାଶ ପାଇଥାଏ । ଶିମିଳିପାଳରେ ଏବେ ୨୪ଟି ବୟସ୍କ ମହାବଳ ଥିବା ବେଳେ ୮ଟି ଶାବକ ରହିଛନ୍ତି । ଏହି ସଂଖ୍ୟା ବୃଦ୍ଧି ପାଇଛି ନା ବାଘବଂଶ ହ୍ରାସ ପାଇଛି । ତାହା ଗଣନା ରିପୋର୍ଟ ଆସିବା ପରେ ଜଣାପଡ଼ିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/04/05/Huz6nv1rcWGeebETqWny.jpg)