କୁମ୍ଭୀରକୁ ବାନ୍ଧିଲେ, ସାପକୁ ମାରିଲେ । ମୟୂରଭଞ୍ଜ କୁଳିଅଣାରେ ଅଜଗରକୁ ପିଟି ପିଟି ମାରିଦେଲେ ଗାଁଲୋକ

Advertisment

ଗାଁ ଦାଣ୍ଡରେ ବୁଲିଲା କୁମ୍ଭୀର । ଭୟଭୀତ ଗାଁର ଲୋକମାନେ କୁମ୍ଭୀରକୁ ବାନ୍ଧିଦେବା ସହିତ ବନ ବିଭାଗକୁ ଜଣାଇଛନ୍ତି ।

ଗାଁ ଦାଣ୍ଡରେ ବୁଲିଲା କୁମ୍ଭୀର । ଭୟଭୀତ ଗାଁର ଲୋକମାନେ କୁମ୍ଭୀରକୁ ବାନ୍ଧିଦେବା ସହିତ ବନ ବିଭାଗକୁ ଜଣାଇଛନ୍ତି ।

Snake

କନକ ବ୍ୟୁରୋ : ଗାଁ ଦାଣ୍ଡରେ ବୁଲିଲା କୁମ୍ଭୀର । ଭୟଭୀତ ଗାଁର ଲୋକମାନେ କୁମ୍ଭୀରକୁ ବାନ୍ଧିଦେବା ସହିତ ବନ ବିଭାଗକୁ ଜଣାଇଛନ୍ତି ।  କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଗଜରାଜପୁର ଗାଁରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି । ଆଜି ଶନିବାର ସକାଳୁ ଏକ କୁମ୍ଭୀର ଗାଁ ପାଖ କେନାଲ ରୁ ଗାଁ ଦାଣ୍ଡକୁ ଚାଲିଆସିଥିଲା । ଗାଁ ଲୋକେ ଏହାକୁ ଦେଖି ଏକ ଦଉଡ଼ି ସାହାଯ୍ୟରେ କୁମ୍ଭୀର ଟିକୁ ବାନ୍ଧି ରଖି ବନବିଭାଗକୁ ଖବର ଦେଇଛନ୍ତି । 

ଅଜଗରକୁ ପିଟି ପିଟି ମାରିଦେଲେ ଗାଁର ଲୋକମାନେ। ମୟୂରଭଞ୍ଜ ବାରିପଦା ବନଖଣ୍ଡ ଅଧୀନ କୁଳିଅଣା ଅଞ୍ଚଳରେ ଏକ ଅଜଗର ସାପକୁ ଲୋକେ ମାରିଦେଇଛନ୍ତି । ଅଜଗରକୁ ମାରିଦେବା ପରେ କିଛି ଲୋକ ରାସ୍ତାରେ ଘୋଷାଡ଼ି ଘୋଷାଡ଼ି ନେଉଥିବାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ମୃତ ଅଜଗରଟିର ଲମ୍ବ ୧୦ଫୁଟରୁ ଅଧିକ  ହୋଇଥିବା ଅନୁମାନ କରାଯାଉଛି । ତେବେ ଅଜଗରକୁ ମାରି ଘୋଷାଡ଼ି ନେଉଥିବା ବ୍ୟକ୍ତିଙ୍କ ହାତରେ ଏକ ମାରଣାସ୍ତ୍ର ଥିବା ଦେଖଇବାକୁ ମିଳିଛି । ବିଲୁପ୍ତପ୍ରାୟ ବନପ୍ରାଣୀ ପ୍ରଜାତି-୧ ବର୍ଗରେ ଆସୁଥିବା ଏହି ସାପକୁ ଏଭଳି ମାରିବା ନେଇ ଉଠିଛି ପ୍ରଶ୍ନ ? ମୟୂରଭଞ୍ଜ ଜିଲାରେ ଏହିଭଳି ବିଲୁପ୍ତପ୍ରାୟ ବନ୍ୟପ୍ରାଣୀଙ୍କୁ ହତ୍ୟା ଘଟଣା ବାରମ୍ବାର ଘଟୁଥିବା ବେଳେ ଏନେଇ ବ୍ୟାପକ ଜନସଚେତନତା ଜରୁରୀ ହୋଇପଡିଛି ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe