ଚିକିତ୍ସା କ୍ଷେତ୍ରରେ ବାଧକ ସାଜୁଛି ଟିକେଟ୍ । ଡାକ୍ତର ଦେଖାଇବା ପାଇଁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରୁଛନ୍ତି ରୋଗୀ

 ନୂତନ ଭାବେ ଏମକେସିଜି ମେଡ଼ିକାଲରେ ସୁପର ସ୍ପେଶାଲିଷ୍ଟ ଖୋଲାଯାଇଛି । କିନ୍ତୁ ସବୁ ବିଭାଗ ନିମନ୍ତେ ଓପିଡ଼ି ଟିକେଟ ଗୋଟିଏ ସ୍ଥାନରେ ହିଁ ଉପଲବ୍ଧ। ବିଭାଗ ଅନୁସାରେ ଟିକେଟ କାଉଣ୍ଟର କରାଗଲେ ଏ ସମସ୍ୟା ରହିବ ନାହିଁ ବୋଲି ରୋଗୀଙ୍କ ସମ୍ପର୍କୀୟ କହିଛନ୍ତି । ସେପଟେ କାଉଣ୍ଟରେ କର୍ମଚାରୀଙ୍କ ସଂଖ୍ୟା ମଧ୍ୟ କମ ଥିବା ଜଣାପଡ଼ିଛି । ସେପଟେ ଟିକେଟ କାଉଣ୍ଟରକୁ ବୃଦ୍ଧି କରିବା ନିମନ୍ତେ ସରକାରଙ୍କୁ ଅବଗତ କରାଯାଇଥିବା କହିଛନ୍ତି ଏମକେସିଜି ମେଡ଼ିକାଲର ଅଧିକ୍ଷକ ।  

Zþòc

କନକ ବ୍ୟୁରୋ : ବ୍ରହ୍ମପୁର ସୁପର ସ୍ପେଶାଲିଟି ହସ୍ପିଟାଲକୁ ପ୍ରତିଦିନ ୪ରୁ ୫ ହଜାର ରୋଗୀ ଆସୁଛନ୍ତି । ନୂଆ କୋଠା ହୋଇଛି, କିନ୍ତୁ ରୋଗୀଙ୍କ ଅନୁପାତରେ ଟିକେଟ କାଉଣ୍ଟର ନାହିଁ! ପୁରୁଣା ବହିର୍ବିଭାଗରେ କେବଳ ୬ଟି କାଉଣ୍ଟର ଅଛି । ବରିଷ୍ଠ ନାଗରିକ ପାଇଁ ଗୋଟିଏ ଏବଂ ଅନଲାଇନ ଟିକେଟ୍ ପାଇଁ ଗୋଟିଏ । ବାକି କାଉଁଟରରେ ଟିକେଟ୍ ପାଇଁ ସକାଳ ୬ରୁ ଦିନ ୨ଟା ଯାଏଁ ଧାଡ଼ିରେ ଠିଆ ହେଉଛନ୍ତି ରୋଗୀ ଓ ସଂପର୍କୀୟ । ଗୋଟିଏ ସ୍ଥାନରେ ବିଭିନ୍ନ ବିଭାଗରେ ଚିକିତ୍ସା ପାଇଁ ଟିକେଟ ମିଳୁଥିବାରୁ ଭିଡ଼ ଜମୁଥିବା ଅଭିଯୋଗ ହୋଇଛି ।

 ନୂତନ ଭାବେ ଏମକେସିଜି ମେଡ଼ିକାଲରେ ସୁପର ସ୍ପେଶାଲିଷ୍ଟ ଖୋଲାଯାଇଛି । କିନ୍ତୁ ସବୁ ବିଭାଗ ନିମନ୍ତେ ଓପିଡ଼ି ଟିକେଟ ଗୋଟିଏ ସ୍ଥାନରେ ହିଁ ଉପଲବ୍ଧ। ବିଭାଗ ଅନୁସାରେ ଟିକେଟ କାଉଣ୍ଟର କରାଗଲେ ଏ ସମସ୍ୟା ରହିବ ନାହିଁ ବୋଲି ରୋଗୀଙ୍କ ସମ୍ପର୍କୀୟ କହିଛନ୍ତି । ସେପଟେ କାଉଣ୍ଟରେ କର୍ମଚାରୀଙ୍କ ସଂଖ୍ୟା ମଧ୍ୟ କମ ଥିବା ଜଣାପଡ଼ିଛି । ସେପଟେ ଟିକେଟ କାଉଣ୍ଟରକୁ ବୃଦ୍ଧି କରିବା ନିମନ୍ତେ ସରକାରଙ୍କୁ ଅବଗତ କରାଯାଇଥିବା କହିଛନ୍ତି ଏମକେସିଜି ମେଡ଼ିକାଲର ଅଧିକ୍ଷକ ।  

ଏମକେସିଜି ମେଡିକାଲର ଅବ୍ୟବସ୍ଥା ଲାଗି ରହିଛି । ମେଡ଼ିକାଲ ପକ୍ଷରୁ କେବେ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଦାବି ହୋଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe