କନକ ବ୍ୟୁରୋ: ୨୦୨୫ ଫେବ୍ରୁଆରୀ ୯ ତାରିଖରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବ ଦିନିକିଆ ମ୍ୟାଚ୍ । କଟକ ବାରବାଟୀ ଷ୍ଟାଡିୟମକୁ ଏହି ମ୍ୟାଚ ଆୟୋଜନର ଦାୟିତ୍ୱ ମିଳିଛି । ଆଜି ଏହି ଦିନିକିଆ ମ୍ୟାଚ୍ ପାଇଁ ଟିକେଟ ମୂଲ୍ୟ ଧାର୍ଯ୍ୟ ହୋଇଛି । ଏଥିପାଇଁ ସ୍ୱତନ୍ତ୍ର ଭାବରେ ଆଜି ଓଡ଼ିଶା କ୍ରିକେଟ ସଂଘର ବୈଠକ ବସିଥିଲା । ସ୍ପେଶାଲ ଏନକ୍ଲୋଜର ଟିକେଟ ମୂଲ୍ୟ ୭୦୦ ଟଙ୍କା ଧାର୍ଯ୍ୟ କରାଯାଇଛି । ଏହି କ୍ରମରେ ନମ୍ବର ୧, ୩, ୬ ଗ୍ୟାଲେରି ପାଇଁ ଟିକେଟ ମୂଲ୍ୟ ୧୨୦୦ ଟଙ୍କା ରହିଛି ।
ବାରବାଟୀରେ ମୋଟ ୪୪ ହଜାର ୫୨୪ ଜଣ ଦର୍ଶକ ମ୍ୟାଚର ମଜା ଉଠାଇବେ । ୨ ଓ ୪ ନମ୍ବର ଗ୍ୟାଲେରି ଟିକେଟ୍ ମୂଲ୍ୟ ୧୦୦୦ ଟଙ୍କା ଧାର୍ଯ୍ୟ ହୋଇଛି । କର୍ପୋରେଟ ବକ୍ସ ଟିକେଟ ମୂଲ୍ୟ ୨୦୦୦୦ ରହିଥିବା ବେଳେ ଏସି ବକ୍ସ ଟିକେଟ ମୂଲ୍ୟ ୧୦୦୦୦ ଟଙ୍କା ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2024/11/03/n0JKkfeBS2ZIZr1lnRmA.jpg)