କନକ ବ୍ୟୁରୋ: ଆଗାମୀ କିଛି ଘଣ୍ଟାରେ କାଳବୈଶାଖୀ ସମ୍ଭାବନା । ୭ ଜିଲ୍ଲାକୁ କାଳବୈଶାଖୀ ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । କେନ୍ଦୁଝର, ଝାରସୁଗୁଡା, ସୁନ୍ଦରଗଡ, ନୂଆପଡା, ବରଗଡ, ଦେଓଗଡ ଓ ନବରଙ୍ଗପୁରରେ ହୋଇପାରେ କାଳବୈଶାଖୀ । ତେବେ ଆସନ୍ତା ୬ ତାରିଖ ଯାଏଁ କାଳବୈଶାଖୀ ଥିବା ସୂଚନା । ଅର୍ଥାତ ରାଜ୍ୟରେ ୩ ଦିନ ବର୍ଷା ସମ୍ଭାବନା ରହିଛି । ୨୪ ଘଣ୍ଟାରେ ଅଧା ଓଡିଶାରେ କାଳବୈଶାଖୀ ସମ୍ଭାବନା ରହିଛି । ୨୪ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି । ଘଡ଼ଘଡ଼ି, ବିଜୁଳି ଓ କୁଆପଥର ସହ ୪୦ କିଲୋମିଟର ବେଗରେ ବହିବ ପବନ ।
ଅସହ୍ୟ ତାତି ଭିତରେ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି । ରାଜ୍ୟରେ ପାରଦ ଉପର ମୁହାଁ ହୋଇଥିବା ବେଳେ ଏବେ କାଳବୈଶାଖୀ ବର୍ଷା ଆଶ୍ୱସ୍ତି ପ୍ରଦାନ କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/04/03/MmYSqm8FSoeBShGpF0be.jpg)