କନକବ୍ୟୁରୋ : ବନ୍ୟାବାତ୍ୟା ପରି ପ୍ରାକୃତିକ ଦୁର୍ବିପାକ ପାଇଁ ପରିଚିତ ଓଡ଼ିଶା ଆଉ ଏକ ଦୁର୍ବିପାକ କ୍ଷେତ୍ରରେ ଦେଶରେ ଆଗୁଆ ରହିଛି । ତାହା ହେଉଛି ବଜ୍ରପାତଜନିତ ମୃତ୍ୟୁ । ଦିନକୁ ଦିନ ବଜ୍ରପାତ ଓଡ଼ିଶା ପାଇଁ ଏକ ବଡ଼ ଚିନ୍ତାର କାରଣ ପାଲଟିବାରେ ଲାଗିଛି । ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟର ଏକ ରିପୋର୍ଟ ଅନୁସାରେ ଓଡ଼ିଶାରେ ବର୍ଷକୁ ପ୍ରାୟ ୬ ଲକ୍ଷ ବଜ୍ରପାତ ହୋଇଥାଏ । ରାଜ୍ୟର ସବୁଠାରୁ ପ୍ରଭାବିତ ଜିଲ୍ଲା ହେଉଛି ମୟୁରଭଞ୍ଜ, ସୁନ୍ଦରଗଡ଼ ଓ କେନ୍ଦୁଝର । ଗତ ୫ ବର୍ଷରେ ଓଡ଼ିଶାରେ ବଜ୍ରପାତ ଯୋଗୁଁ ପ୍ରାୟ ୧୬୨୫ ଜଣ ଲୋକ ପ୍ରାଣ ହରାଇଛନ୍ତି, ଯାହାକି ସାରା ଦେଶରେ ସର୍ବାଧିକ । ଓଡ଼ିଶାରେ ବାର୍ଷିକ ହାରାହାରି ୧୬୫ ଜଣ ବ୍ୟକ୍ତି ବଜ୍ରପାତ ଯୋଗୁଁ ପ୍ରାଣ ହରାଉଛନ୍ତି । 

Advertisment

ବଜ୍ରପାତ କ୍ଷେତ୍ରରେ ସବୁଠାରୁ ଅଧିକ ପ୍ରଭାବିତ ରାଜ୍ୟ ହେଲା ବିହାର । ବିହାରରେ ବର୍ଷକୁ ହାରାହାରି ପ୍ରାୟ ୨୭୧ ଲୋକ ବଜ୍ରପାତ ଯୋଗୁଁ ପ୍ରାଣ ହରାଇଥାନ୍ତି । ରାଜ୍ୟରେ ବଜ୍ରପାତ ଜନିତ ସବୁଠାରୁ ଚର୍ଚ୍ଚିତ ଘଟଣା ଘଟିଥିଲା ୨୦୨୦ ମସିହା ଜୁନ ୨୫ରେ- ଗୋଟିଏ ଦିନରେ ୮୩ ଜଣ ବଜ୍ରପାତ ଯୋଗୁଁ ପ୍ରାଣ ହରାଇଥିଲେ । ବିହାରରେ ବାର୍ଷିକ ହାରାହାରି ୨୮୦ ଜଣ ବ୍ୟକ୍ତି ବଜ୍ରପାତ ଯୋଗୁଁ ପ୍ରାଣ ହରାଉଛନ୍ତି । 

ଏବେ ସର୍ବଭାରତୀୟ  ସ୍ଥିତି ଉପରେ ନଜର ପକାଯାଉ । ଚଳିତ ବର୍ଷ ଏପ୍ରିଲରୁ ଜୁଲାଇ ମଧ୍ୟରେ ସାରା ଦେଶରେ ବଜ୍ରପାତ ଯୋଗୁଁ ପ୍ରାୟ ୧୬୨୧ ଜଣ ଲୋକ ପ୍ରାଣ ହରାଇଛନ୍ତି । ଚଳିତ ବର୍ଷ ଏପ୍ରିଲ ୧୦ରୁ ୧୨ ମଧ୍ୟରେ ସାରା ଦେଶରେ ବଜ୍ରପାତ ଯୋଗୁଁ ୧୨୬ ଜଣ ଲୋକ ପ୍ରାଣ ହରାଇଥିଲେ । ଏସବୁ ମୃତ୍ୟୁ ମୁଖ୍ୟତଃ କେନ୍ଦ୍ରୀୟ ଓ ପୂର୍ବଭାରତରେ ହୋଇଥିଲା । 
ତେବେ ଏଠାରେ ପ୍ରଶ୍ନ ଉଠେ ଓଡ଼ିଶା, ବିହାର ପରି ରାଜ୍ୟରେ ବଜ୍ରପାତ କାହିଁକି ଅଧିକ ହେଉଛି ? ଏହାର ବିଭିନ୍ନ କାରଣ ରହିଛି। ସେଗୁଡ଼ିକ ହେଉଛି ଭୌଗୋଳିକ ଅବସ୍ଥା, ଜଳବାୟୁ ପରିବର୍ତ୍ତନ ଏବଂ ସାମାଜିକ ଓ ଅର୍ଥନୈତିକ ଅବସ୍ଥା । ଏସବୁ ରାଜ୍ୟରେ ବିସ୍ତୃତ ସମତଳ ଅଂଚଳ ଥିବାବେବେଳେ ଅନେକ ଲୋକ କୃଷି ଉପରେ ନିର୍ଭରଶୀଳ । ଲୋକମାନେ ଖୋଲା ଚାଷଜମିରେ କାମ କରିବା ସମୟରେ ବଜ୍ରପାତ ହୋଇଥାଏ ଓ ଲୋକମାନେ ପ୍ରଭାବିତ ହୋଇଥାନ୍ତି ।

ମୁଖ୍ୟତଃ ବର୍ଷାଋତୁରେ ଚାଷକାମ କରାଯାଉଥିବାରୁ ଲୋକମାନେ ପ୍ରଭାବିତ ହେବାର ଆଶଙ୍କା ଅଧିକ ।

ତେବେ ଏଠାରେ ପ୍ରଶ୍ନ ଉଠେ ଓଡ଼ିଶା, ବିହାର ପରି ରାଜ୍ୟରେ ବଜ୍ରପାତ କାହିଁକି ଅଧିକ ହେଉଛି ? ଏହାର ବିଭିନ୍ନ କାରଣ ରହିଛି। ସେଗୁଡ଼ିକ ହେଉଛି ଭୌଗୋଳିକ ଅବସ୍ଥା, ଜଳବାୟୁ ପରିବର୍ତ୍ତନ ଏବଂ ସାମାଜିକ ଓ ଅର୍ଥନୈତିକ ଅବସ୍ଥା । ତେବେ ବଜ୍ରପାତର ସବୁଠାରୁ ବଡ଼ କାରଣ ହେଲା ଜଳବାୟୁ ପରିବର୍ତ୍ତନ । ଭୂମିର ବର୍ଦ୍ଧିତ ତାପମାତ୍ରା ଓ ଆର୍ଦ୍ରତା ଫଳରେ ବାୟୁମଣ୍ଡଳ ଏକ ପ୍ରେସରକୁକର ସଦୃଶ ହୋଇଯାଉଛି ଯାହାକି ବଜ୍ରପାତର କାରଣ । ଆଗକୁ ଜଳବାୟୁ ସମସ୍ୟା ଆହୁରି ଉତ୍କଟ ହେବା ସହ ବଜ୍ରପାତ ସମସ୍ୟା ଆହୁରି ବଢିବ । ଏକ ମଡେଲ ଅନୁସାରେ ପ୍ରତି ୧% ତାପମାତ୍ରା ବୃଦ୍ଧି ସହ ବଜ୍ରପାତ ଆଶଙ୍କା ପ୍ରାୟ ୧୨% ବଢିବ । 

ଓଡ଼ିଶା ଓ ବିହାର ପରି ରାଜ୍ୟରେ ଅଧିକ ବଜ୍ରପାତ ହେବାର ଆଉ ଏକ କାରଣ ହେଉଛି ଏସବୁ ରାଜ୍ୟର ସାମାଜିକ ସ୍ଥିତି । ଯଦି ଆମେ ବଜ୍ରପାତ ମୃତ୍ୟୁଗୁଡ଼ିକର ସମୀକ୍ଷା କରିବା ତେବେ ଜାଣିପାରିବା ଯେ ଅଧିକାଂଶ ମୃତ୍ୟୁ ଗ୍ରାମାଞ୍ଚଳ ଓ ଆଦିବାସୀ ବହୁଳ ଅଂଚଳରେ ହୋଇଥାଏ, ଯେଉଁଠାରେ ଖୋଲା ପ୍ରାକୃତିକ ସ୍ଥାନ ଅଧିକ ଥାଏ ଓ ଆଶ୍ରୟସ୍ଥଳ ଓ ଭିତ୍ତିଭୂମି ସଂଖ୍ୟା କମ ଥାଏ ।

ବର୍ଷା ସମୟରେ ହଠାତ ବଜ୍ରପାତ ହେଲେ ଲୋକମାନେ ମାନେ ସୁରକ୍ଷିତ ଆଶ୍ରୟସ୍ଥଳ ଅଭାବରେ ଗଛମୂଳେ ଆଶ୍ରୟ ନିଅନ୍ତି, ଯାହାକି ବିପଦକୁ ଟାଣିଆଣେ । ପୁଣି ବଜ୍ରପାତ ସଂପର୍କିତ ସରକାରଙ୍କ ସତର୍କ ସୂଚନା ଏସବୁ ଲୋକମାନଙ୍କ ପାଖରେ ପହଞ୍ଚିପାରେ ନାହିଁ ଅଥବା ବିଳମ୍ବିତ ହୋଇଥାଏ । ଆଉ ଏକ ପ୍ରମୁଖ କାରଣ ହେଉଛି ବଜ୍ରପାତ ସଂପର୍କିତ ସଚେତନତାର ଅଭାବ । 

ଏସବୁର ମୁକାବିଲା ପାଇଁ ସରକାରଙ୍କୁ ପ୍ରାକ ସତର୍କତା ବ୍ୟବସ୍ଥାକୁ ସୁଦୃଢ କରିବାକୁ ପଡ଼ିବ ଓ ତାହାକୁ ଗ୍ରାମାଞ୍ଚଳରେ ପହଞ୍ଚାଇବାକୁ ପଡିବ। ଗ୍ରାମାଞ୍ଚଳ ଓ ଆଦିବାସୀ ବହୁଳ ଅଂଚଳରେ ସଚେତନତା ବୃଦ୍ଧି କରିବାକୁ ପଡ଼ିବ । ଏହା ସହିତ ଲାଇଟନିଂ ଆରେଷ୍ଟର ଲଗାଇବାର ବ୍ୟବସ୍ଥା କରିବାକୁ ହେବ ।