ଗରମରେ ଲାଗିବ ବ୍ରେକ୍‌ ; ୧୨ ଯାଏଁ କାଳବୈଶାଖୀ

Advertisment

ତାତିରୁ ମିଳିବ ଆଶ୍ବସ୍ତି, ଗରମରେ ଲାଗିବ ବ୍ରେକ୍‌ । ବଙ୍ଗୋପସାଗରରେ ସୁଦୃଶ୍ୟ ଲଘୁଚାପ, କାଳବୈଶାଖୀ ପ୍ରଭାବରେ ଓଡ଼ିଶାରେ ବର୍ଷା ସମ୍ଭାବନା । ୧୨ ତାରିଖ ଯାଏଁ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ।  ୩ରୁ ୪ଡିଗ୍ରୀ ଯାଏଁ କମିବ ତାପମାତ୍ରା । 

ତାତିରୁ ମିଳିବ ଆଶ୍ବସ୍ତି, ଗରମରେ ଲାଗିବ ବ୍ରେକ୍‌ । ବଙ୍ଗୋପସାଗରରେ ସୁଦୃଶ୍ୟ ଲଘୁଚାପ, କାଳବୈଶାଖୀ ପ୍ରଭାବରେ ଓଡ଼ିଶାରେ ବର୍ଷା ସମ୍ଭାବନା । ୧୨ ତାରିଖ ଯାଏଁ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ।  ୩ରୁ ୪ଡିଗ୍ରୀ ଯାଏଁ କମିବ ତାପମାତ୍ରା । 

Odisha weather__

Odisha weather__ Photograph: (KanakNews)

କନକ ବ୍ୟୁରୋ: ବଙ୍ଗୋପସାଗରରେ ସଦୃଶ୍ୟ ଲଘୁଚାପ ପ୍ରଭାବରେ ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା । ଆଜିଠୁ ଆସନ୍ତା ୧୨ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ନେଇ ସତର୍କ କରିଛି ପାଣିପାଗ କେନ୍ଦ୍ର। କାଳବୈଶାଖୀ ପ୍ରଭାବରେ ତାତିରୁ ଆଶ୍ୱସ୍ତି ମିଳିବ ବୋଲି ସୂଚନା ଦଆଯାଇଛି ।

ଗରମ ଉପରେ ଲାଗିବ ବ୍ରେକ୍ । ଅସହ୍ୟ ତାତିରୁ ମିଳିବ ଆଶ୍ୱସ୍ତି । ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଘନୀଭୂତ ହୋଇ ସ୍ପଷ୍ଟଚିହ୍ନିତ ଲଘୁଚାପର ରୂପ ନେଇଛି । ଆଗାମୀ ୨୪ଘଣ୍ଟା ଯାଏଁ ସ୍ପଷ୍ଟଚିହ୍ନିତ ଲଘୁଚାପ ତୀବ୍ରତା ବଜାୟ ରଖିବା ସହ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଉତ୍ତର ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ସମ୍ଭାବନା ରହିଛି । ପରବର୍ତ୍ତୀ ୨୪ ଘଣ୍ଟାରେ ଦିଗ ବଦଳାଇ ଉତ୍ତର ଉତ୍ତର-ପୂର୍ବ ଦିଗରେ ଗତି କରି କେନ୍ଦ୍ରୀୟ ବଙ୍ଗୋପସାଗରରେ ଧିରେ ଧିରେ ଦୁର୍ବଳ ହେବ । ଏପଟେ ଉପକୂଳ ଓଡ଼ିଶାରେ କାଳବୈଶାଖୀ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ଆଜିଠୁ ୧୨ତାରିଖ ଯାଏଁ ଉପକୂଳ ଓଡ଼ିଶା ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀ ବର୍ଷା ନେଇ ଆଲର୍ଟ ଜାରି ହୋଇଛି । ବର୍ଷା ପ୍ରଭାବରେ ରାଜ୍ୟରେ ତାପମାତ୍ରା କମିବ । 

ଏପ୍ରିଲ ୧୨ ତାରିଖ ଯାଏଁ ୪ ଦିନ କାଳ କାଳବୈଶାଖୀ ବର୍ଷାରେ ଭିଜିବ ଉପକୂଳ ଓଡ଼ିଶା ସମେତ ବିଭିନ୍ନ ଅଞ୍ଚଳ। 
ଏପ୍ରିଲ ୮ ତାରିଖ- ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ    
ଏପ୍ରିଲ ୯ ତାରିଖ- ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ   
ଏପ୍ରିଲ ୧୦ ତାରିଖ-  ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଏପ୍ରିଲ ୧୧ ତାରିଖ - ୨୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ବିଜୁଳି ଘଡ଼ଘଡ଼ି ସହ କାଳବୈଶାଖୀ ବର୍ଷା ସମ୍ଭାବନା
ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ବହିବ ପବନ 
ଏପ୍ରିଲ ୧୨ ତାରିଖ ପରେ ରାଜ୍ୟରେ ବଦଳିବ ପାଣିପାଗ । ରାଜ୍ୟରେ ପୁଣି ପାଗ ଶୁଖିଲା ରହିବା ସହ ଖରା ବଢିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe