କାଳବୈଶାଖୀ ବର୍ଷା: ପବନ ବର୍ଷାରେ ଉପୁଡ଼ିଲା ଗଛ, ଉଡ଼ିଗଲା ଘରର ଛାତ

Advertisment

ଫସଲ ଉଜାଡି ଦେଲା କାଳବୈଶାଖୀ ବର୍ଷା । ପୁରୀ ଜିଲ୍ଲା ପିପିଲି ଅଞ୍ଚଳରେ ବ୍ୟାପକ ବିରି, ମୁଗ ଚାଷ ପ୍ରଭାବିତ । ସେପଟେ ବୌଦ୍ଧରେ ପବନ ବର୍ଷାରେ ଉପୁଡ଼ିଲା ଗଛ, ଉଡିଗଲା ଘରର ଛାତ । 

ଫସଲ ଉଜାଡି ଦେଲା କାଳବୈଶାଖୀ ବର୍ଷା । ପୁରୀ ଜିଲ୍ଲା ପିପିଲି ଅଞ୍ଚଳରେ ବ୍ୟାପକ ବିରି, ମୁଗ ଚାଷ ପ୍ରଭାବିତ । ସେପଟେ ବୌଦ୍ଧରେ ପବନ ବର୍ଷାରେ ଉପୁଡ଼ିଲା ଗଛ, ଉଡିଗଲା ଘରର ଛାତ । 

24-Thunderstorm Rain

କନକ ବ୍ୟୁରୋ: ଅଧାରାତିରେ ତାଣ୍ଡବ ରଚିଲା କାଳବୈଶାଖୀ । ହଠାତ ମାଡ଼ିଆସିଲା ପବନ ଘଡ଼ଘଡି ସାଙ୍ଗକୁ ବର୍ଷା । ଏହାର ପ୍ରଭାବ ରାଜଧାନୀ ଭୁବନେଶ୍ୱରରେ ଦେଖିବାକୁ ମିଳିଥିଲା । ସ୍ଥାନେସ୍ଥାନେ ବର୍ଷା ଯୋଗୁଁ ଗଛଡାଳ ଭାଙ୍ଗି ରାସ୍ତା ଉପରେ ପଡ଼ିଥିଲା । ଅଚାନକ କାଳବୈଶାଖୀ ବର୍ଷା ଯୋଗୁଁ ଲୋକଙ୍କୁ ପ୍ରବଳ ଗରମରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । 

ସେପଟେ ବୌଦ୍ଧ ଜିଲ୍ଲାର ମଧ୍ୟ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଯୋଗୁଁ ଉପୁଡ଼ି ପଡ଼ିଲା ଗଛ । ପବନରେ ଗଛ ଉପୁଡି ରାସ୍ତା ଅବରୋଧ ହୋଇଥିବାବେଳେ ଜିଲ୍ଲାରେ ବିଦ୍ୟୁତ ସରବରାହ ବାଧାପ୍ରାପ୍ତ ହୋଇଛି । ପ୍ରାୟ ଏକ ଘଣ୍ଟାଧରି ତାଣ୍ଡବ ରଚିଥିଲା ପବନ, ବର୍ଷା । ବୌଦ୍ଧ ଜିଲ୍ଲାର ହରଭଙ୍ଗା, ବୌଦ୍ଧ, କଣ୍ଟାମାଳ ବ୍ଲକରେ ପ୍ରବଳ ବର୍ଷା ହୋଇଥିଲା । କାଳବୈଶାଖୀ ଯୋଗୁଁ ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିଥିବା ଦେଖିବାକୁ ମିଳିଛି । ସେହିପରି ଅନେକ ସ୍ଥାନରେ ଚାଳଘର ଛପର ଓ ଟିଣ ଘର ଛାତ ଉଡିଯାଇଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ରବି ଫସଲ ମଧ୍ୟ ପ୍ରଭାବିତ ହୋଇଛି । ତେବେ ରାସ୍ତାରୁ ଗଛ କାଟିବା ପାଇଁ ଅଗ୍ନିଶମ ବାହିନୀ ଲାଗିଥିବାବେଳେ ବିଦ୍ୟୁତ ବିଭାଗ ବିଦ୍ୟୁତ ସରବରାହ ସ୍ବାଭାବିକ କରିବାକୁ ପ୍ରୟାସ ଆରମ୍ଭ କରିଥିବା ସୂଚନା ମିଳିଛି ।

ବର୍ଷା ପବନ ଉଜାଡି ଦେଲା ଅମଳ ଫସଲ । କାଳବୈଶାଖୀ ବର୍ଷା ପବନରେ ଫସଲ ବି ନଷ୍ଟ ହୋଇଛି । ପୁରୀ ସତ୍ୟବାଦୀ ବ୍ଲକର ବଳପୁର, କେତକୀପାଟଣା, ମହୁରା, ରାୟଖଣ୍ଡି, ବିଶ୍ଵନାଥପୁର, ସାରଙ୍ଗୋଜେଡି, ବଳରାମପୁର, ବିଦ୍ୟାଧରପୁର ପଞ୍ଚାୟତରେ ଚାଷୀଙ୍କ ମୁଗ ବିରି ଅମଳ ଫସଲ ନଷ୍ଟ କରିଛି ବର୍ଷା । ବିଲରେ ବିରି ମୁଗ ଗଛ ଓପଡ଼ା ହୋଇଥିବାବେଳେ ବର୍ତ୍ତମାନ ସେ ବିଲରେ ପାଦେ ପାଦେ ବର୍ଷା ପାଣି ଜମିଛି । ଅଦିନିଆ ବର୍ଷାରେ ମୁଗ, ବିରି ଚାଷୀ ପ୍ରଭାବିତ ହୋଇଥିବା ଅଭିଯୋଗ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe