କନକ ବ୍ୟୁରୋ : ବାପା ପୁଅଙ୍କୁ ଏସିଡ ମାଡ଼, ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି । କନ୍ଧମାଳ ବାଲିଗୁଡ଼ା ତୁମୁଡ଼ିବନ୍ଧ ଅଞ୍ଚଳରୁ ଆସିଛି ଏଭଳି ଅଭାବନୀୟ ଖବର । ତୁମୁଡ଼ିବନ୍ଧ ଥାନା ମଣ୍ଡିଗଡ ପଞ୍ଚାୟତ ବୁଢ଼ା କୁନ୍ଦେଲ ଗାଁରେ ବାପା , ପୁଅ ଘରେ ଶୋଇଥିବା ଅବସ୍ଥାରେ କେହି ଦୁବୃର୍ତ୍ତ ସେମାନଙ୍କ ଉପରେ ଏସିଡ ପକାଇ ଫେରାର ହୋଇଯାଇଛି । ଗୁରୁତର ଅବସ୍ଥାରେ ଉଭୟ ବାପ-ପୁଅଙ୍କୁ ପ୍ରଥମେ ତୁମୁଡ଼ିବନ୍ଧ ମେଡ଼ିକାଲ ଓ ପରେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । କିଏ ଓ କାହିଁକି ଉଭୟଙ୍କ ଉପରେ ଏସିଡ ଆଟାକ କରିଛି ତାର କାରଣ ଅସ୍ପଷ୍ଟ ରହିଛି । ଘଟଣା ସ୍ଥଳରେ ପହଁଚି ପୁଲିସ ତଦନ୍ତ ଆରମ୍ଭ କରିଛି ।
ଶୋଇଥିବାବେଳେ ବାପା-ପୁଅଙ୍କୁ ଏସିଡ୍ ମାଡ଼ । ୧୨ ବର୍ଷର ନାବାଳକ ପୁଅ ଓ ବାପା ଗୁରୁତର ଅବସ୍ଥାରେ ବାଲିଗୁଡ଼ା ଡାକ୍ତରଖାନାରେ ଭର୍ତ୍ତି ।
ବାପ ପୁଅଙ୍କୁ ଏସିଡ ମାଡ଼, ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି । କନ୍ଧମାଳ ବାଲିଗୁଡ଼ା ତୁମୁଡ଼ିବନ୍ଧ ଅଞ୍ଚଳରୁ ଆସିଛି ଏଭଳି ଅଭାବନୀୟ ଖବର ।
/kanak/media/media_files/2024/10/19/75nq8ZtduyvTdJiH1XAr.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)