ଆଜି କାର୍ତ୍ତିକ ଶେଷ ସୋମବାର ; ବାବା ଧବଳେଶ୍ୱରଙ୍କ ପୀଠରେ ପ୍ରଭଳ ଭିଡ

କାର୍ତ୍ତିକ ମାସ ଶେଷ ସୋମବାରରେ ବାବା ଧବଳେଶ୍ୱର ପୀଠରେ ପ୍ରବଳ ଭିଡ଼ । ଆଶୁତୋଷ ବେଶରେ ଦର୍ଶନ ଦେଉଛନ୍ତି ମହାଦେବ । ରାତି ୩ଟାରୁ ଦ୍ଵାର ଫିଟା ଯାଇ ୧୦୮ ଗରା ଜଳରେ ମହାସ୍ନାନ ପରେ ଚାଲିଛି ପୂଜାର୍ଚ୍ଚନା ।

2baba

କନକ ବ୍ୟୁରୋ: ଆଜି କାର୍ତ୍ତିକ ମାସର ଶେଷ ସୋମବାର । ତେଣୁ ସବୁ ଶୈବପୀଠରେ ଭକ୍ତଙ୍କ ଭିଡ । ବିଶେଷ କରି କଟକ ବାବା ଧବଳେଶ୍ୱରଙ୍କ ପୀଠରେ ନାହିଁନଥିବା ଭିଡ । ଶ୍ରଦ୍ଧାଳୁଙ୍କ ଭିଡକୁ ନିୟନ୍ତ୍ରଣ ସହ ସହଜ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ହୋଇଛି ବ୍ୟାପକ ବ୍ୟବସ୍ଥା । 
 

ଆଜି କାର୍ତ୍ତିକ ଶେଷ ସୋମବାରରେ ବାବା ଧବଳେଶ୍ୱର ଆଶୁତୋଷ ବେଶରେ ଦର୍ଶନ ଦେଉଛନ୍ତି । ଏହି ବାବାଙ୍କୁ ସ୍ୱତନ୍ତ୍ର ରୀତିିନୀତିରେ ପୂଜାର୍ଚ୍ଚନା କରାଯାଇଛି । ରାତି ୩ଟାରୁ ଦ୍ୱାରଫିଟାଯାଇ ୧୦୮ ଗରା ଜଳରେ ମହାସ୍ନାନ ପରେ ଆରମ୍ଭ ହୋଇଥିଲା ପୂଜାର୍ଚ୍ଚନା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe