କନକ ବ୍ୟୁରୋ: ଆଜି କାର୍ତ୍ତିକ ମାସର ଶେଷ ସୋମବାର । ତେଣୁ ସବୁ ଶୈବପୀଠରେ ଭକ୍ତଙ୍କ ଭିଡ । ବିଶେଷ କରି କଟକ ବାବା ଧବଳେଶ୍ୱରଙ୍କ ପୀଠରେ ନାହିଁନଥିବା ଭିଡ । ଶ୍ରଦ୍ଧାଳୁଙ୍କ ଭିଡକୁ ନିୟନ୍ତ୍ରଣ ସହ ସହଜ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ହୋଇଛି ବ୍ୟାପକ ବ୍ୟବସ୍ଥା ।
ଆଜି କାର୍ତ୍ତିକ ଶେଷ ସୋମବାରରେ ବାବା ଧବଳେଶ୍ୱର ଆଶୁତୋଷ ବେଶରେ ଦର୍ଶନ ଦେଉଛନ୍ତି । ଏହି ବାବାଙ୍କୁ ସ୍ୱତନ୍ତ୍ର ରୀତିିନୀତିରେ ପୂଜାର୍ଚ୍ଚନା କରାଯାଇଛି । ରାତି ୩ଟାରୁ ଦ୍ୱାରଫିଟାଯାଇ ୧୦୮ ଗରା ଜଳରେ ମହାସ୍ନାନ ପରେ ଆରମ୍ଭ ହୋଇଥିଲା ପୂଜାର୍ଚ୍ଚନା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)