ତିନି ବର୍ଷର ସମ୍ମାନ ଦିଆଗଲା ଗୋଟିଏ ମଞ୍ଚରେ । ୩୩ ବର୍ଗରେ ମିଳିଲା ରାଜ୍ୟ ଚଳଚିତ୍ର ପୁରସ୍କାର

Advertisment

୨୦୨୦ ପାଇଁ ବିଶ୍ବନାଥ ପଟ୍ଟନାୟକଙ୍କ ସହିଦ ରଘୁ ସର୍ଦ୍ଦାର, ୨୦୨୧ ପାଇଁ ଅନୁପମ ପଟ୍ଟନାୟକଙ୍କ ପ୍ରଯୋଜିତ ଫିଲ୍ମ ପ୍ରତୀକ୍ଷା ଅତୀଶ ରାଉତଙ୍କ ଡାଲଚିନି, ୨୦୨୨ ପାଇଁ ଦୀପେନ୍ଦ୍ର ସାମଲଙ୍କ ଫିଲ୍ମ ଦମନକୁ ମିଳିଛି ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର।  ପ୍ରତୀକ୍ଷା ଫିଲ୍ମ ପାଇଁ ଶ୍ରେଷ୍ଠ ଅଭିନେତା, ଶ୍ରେଷ୍ଠ କାହାଣୀକାର ପୁରସ୍କାର ହାତେଇଛନ୍ତି ଦୀପନ୍ବିତ ଦାଶମହାପାତ୍ର ଓ ଗୌରହରି ଦାସ। ରାଜ୍ୟପାଳ ରଘୁବର ଦାସ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ବିତରଣ ସମାରୋହରେ ସାମିଲ ହୋଇ ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପର ବିକାଶ ପାଇଁ ମନ୍ତ୍ର ଦେଇଛନ୍ତି। ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପକୁ  ଆଗକୁ ନେବାକୁ ସରକାର ସବସିଡି ବ୍ୟବସ୍ଥା କରନ୍ତୁ ବୋଲି କହିଛନ୍ତି ।

tttgtgrg

କନକ ବ୍ୟୁରୋ : ଦୀର୍ଘ  ବର୍ଷର ଅପେକ୍ଷା ପରେ ମିଳିଛି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର। ଏକାଥରକେ ୩୨, ୩୩ ଓ ୩୪ ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଛି । ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଜୀବନବ୍ୟାପି ସାଧନା ପାଇଁ ୩ ଜଣଙ୍କୁ ମିଳିଛି ମୋହନ ସୁନ୍ଦରଦେବ ଗୋସ୍ବାମୀ ପୁରସ୍କାର ଭଳି ସର୍ବୋଚ୍ଚ ପୁରସ୍କାର । ପ୍ରତିଟି ଓଡ଼ିଆଙ୍କୁ ହସାଇ ହସାଇ ବେଦମ କରିଥିବା ହାସ୍ୟ ଅଭିନେତା ଜୟୀରାମ ସାମଲଙ୍କୁ ମିଳିଛି ଓଡ଼ିଆ ଚଳଚ୍ଚିତ୍ର ଜଗତର ଏହି ସର୍ବୋଚ୍ଚ ସମ୍ମାନ। ସେହିଭଳି ନିର୍ଦ୍ଦେଶକ ଅନନ୍ତ ମହାପାତ୍ର, ବରିଷ୍ଠ ଚିତ୍ରତ୍ତୋଳନକାରୀ ଶ୍ରୀନିବାସ ମହାପାତ୍ରଙ୍କୁ ମଧ୍ୟ ଏହି ସମ୍ମାନରେ ସମ୍ମାନିତ କରାଯାଇଛି । ସମ୍ମାନିତ ହେବା ପରେ ଜୟୀରାମ ସାମଲ କହିଛନ୍ତି,ଚଳଚ୍ଚିତ୍ର ପୁରସ୍କାର କଳାକାରଙ୍କ ମନୋବଳକୁ ବଢାଇବ। ଏଣିକି ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପ ଆଗକୁ ବଢିବ। ଏହାସହ ନିଜ ଅନ୍ଦାଜରେ ଡାଇଲଗ ମାରି ଦର୍ଶକଙ୍କୁ ହସାଇଥିଲେ ଜୟୀରାମ ସାମଲ । 

୨୦୨୦ ପାଇଁ ବିଶ୍ବନାଥ ପଟ୍ଟନାୟକଙ୍କ ସହିଦ ରଘୁ ସର୍ଦ୍ଦାର, ୨୦୨୧ ପାଇଁ ଅନୁପମ ପଟ୍ଟନାୟକଙ୍କ ପ୍ରଯୋଜିତ ଫିଲ୍ମ ପ୍ରତୀକ୍ଷା ଅତୀଶ ରାଉତଙ୍କ ଡାଲଚିନି, ୨୦୨୨ ପାଇଁ ଦୀପେନ୍ଦ୍ର ସାମଲଙ୍କ ଫିଲ୍ମ ଦମନକୁ ମିଳିଛି ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର।  ପ୍ରତୀକ୍ଷା ଫିଲ୍ମ ପାଇଁ ଶ୍ରେଷ୍ଠ ଅଭିନେତା, ଶ୍ରେଷ୍ଠ କାହାଣୀକାର ପୁରସ୍କାର ହାତେଇଛନ୍ତି ଦୀପନ୍ବିତ ଦାଶମହାପାତ୍ର ଓ ଗୌରହରି ଦାସ। ରାଜ୍ୟପାଳ ରଘୁବର ଦାସ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ବିତରଣ ସମାରୋହରେ ସାମିଲ ହୋଇ ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପର ବିକାଶ ପାଇଁ ମନ୍ତ୍ର ଦେଇଛନ୍ତି। ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପକୁ  ଆଗକୁ ନେବାକୁ ସରକାର ସବସିଡି ବ୍ୟବସ୍ଥା କରନ୍ତୁ ବୋଲି କହିଛନ୍ତି ।

ମୋଟ ୩୩ଟି ବର୍ଗରେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଛି। ଏହି ପୁରସ୍କାର ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ପୁଣି ଚଳଚଞ୍ଚଳ କରିଛି। ମୌଳିକ ଓ ନିଚ୍ଛକ କାହାଣୀକୁ ନେଇ ଚଳଚ୍ଚିତ୍ର ନିର୍ମାଣ କଲେ ଦର୍ଶକ ପୁଣି ହଲକୁ ଫେରିବେ ଓ ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପ ପୁଣିଥରେ ନିଜ ପୂର୍ବ ଗୌରବ ଫେରିପାଇବ ବୋଲି ଅନେକ କଳାକାର କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe