କନକବ୍ୟୁରୋ :  ରାଜସ୍ଥାନର କୋଟପୁଲିରେ ବୋରୱେଲରେ ଖସିପଡିଥିବା ୩ ବର୍ଷର ଝିଅ ଚେତନାକୁ ଉଦ୍ଧାରରେ ବିଳମ୍ବ ହେବାରେ ଲାଗିଛି  । ୬ ଦିନ ହେଲା ଏନଡିଆରଏଫ ଟିମ୍ ଉଦ୍ଧାରକାର୍ଯ୍ୟ ଚଳାଇଥିବା ବେଳେ ଏପର୍ଯ୍ୟନ୍ତ ଶିଶୁ ପାଖରେ ପହଂଚି ପାରିନାହିଁ । ଯାହାକୁ ନେଇ ପ୍ରଶ୍ନ କରିଛନ୍ତି ଝିଅର ମା । କହିଛନ୍ତି, ୬ ଦିନ ହେଲା ତାଙ୍କ ଝିଅ ଭୋକ, ଶୋଷରେ ପଡିରହିଛି । ଯଦି ସେ କଲେକ୍ଟରଙ୍କ ଝିଅ ହୋଇଥାନ୍ତେ ତେବେ କଣ ଏତେ ଦିନ ଲାଗିଥାନ୍ତା ବୋଲି ପ୍ରଶ୍ନ କରିଛନ୍ତି। କୋଟପୁଲୀ ଜିଲ୍ଲାପାଳ କହିଛନ୍ତି ଉଦ୍ଧାର ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି

Advertisment

। ଖୁବ୍ ଶୀଘ୍ର ତାକୁ ଉଦ୍ଧାର କରାଯିବାର ଆଶା ଉଜ୍ଜ୍ୱଳ ହୋଇଛି। ପିଲାଟି ୧୭୦  ଫୁଟ ଗଭୀର ପର୍ଯ୍ୟନ୍ତ ସାମାନ୍ତରାଳ ବୋରୱେଲ ଖୋଳା ସରିଲାଣି। ଏଲ୍ ସେପ୍ ପାଇପ୍ ଦ୍ୱାରା ଚେତନା ପର୍ଯ୍ୟନ୍ତ ପହଞ୍ଚିବା କାମ ଶେଷ ହେବା ଉପରେ  ।   ଉତ୍ତରାଖଣ୍ଡ ସୁଡ଼ଙ୍ଗ ଦୁର୍ଘଟଣାରେ ନିୟୋଜିତ ଅଭିଜ୍ଞତା ସଂପନ୍ନ  ରାଟ୍ ମାଇନର୍ସ ଟିମ୍ ଏହି ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ।  ସେମାନେ ଚେତନାକୁ ସୁରକ୍ଷିତ ଭାବେ ବାହାରକୁ ଆଣବା ପାଇଁ ଚେଷ୍ଟା କରୁଛନ୍ତି  । ତେବେ ଉଦ୍ଧାର କାମରେ ବର୍ଷା ବାଧକ ସାଜିଛି । ବର୍ତ୍ତମାନ ୧୦୦ ଟନ୍ କ୍ଷମତା ବିଶିଷ୍ଟ କ୍ରେନ୍ ଯୋଗେ ୩୦ ଫୁଟ ଲମ୍ୱା ଇନର ପାଇପକୁ ଭିତରେ ଭର୍ତ୍ତି କରାଯାଉଛି