କନକ ବ୍ୟୁରୋ : ପାଇଖାନା ଟାଙ୍କି କାମ କରୁଥିବା ବେଳେ ୩ ଶ୍ରମିକଙ୍କର ମୃତ୍ୟୁ । ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଝିଙ୍କିରିଆ ପଞ୍ଚାୟତ ଗଗନଧୂଳି ଗାଁର ଜଣେ ବ୍ୟକ୍ତିଙ୍କ ପାଇଖାନା ଟାଙ୍କି କାମ କରୁଥିବା ବେଳେ ୩ ଶ୍ରମିକଙ୍କର ମୃତ୍ୟୁ । ପାଇଖାନା ଟାଙ୍କି କାମ କରୁଥିବା ବେଳେ ସେଠାରେ ବିଦ୍ୟୁତ୍ ସଂଯୋଗ କରି କାମ କରୁଥିବା ସମୟରେ ବଡ ଅଘଟଣ ଘଟିଛି । ଘଟଣା ସ୍ଥଳରେ ଜଣେ ଶ୍ରମିକଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ଅନ୍ୟ ୨ ଜଣ ଭଦ୍ରକ ମେଡିକାଲରେ ଆଖି ବୁଜିଛନ୍ତି । ତେବେ ମୃତକ ହେଲେ ବାବାଜୀ ମାଝୀ ଓ ବାପି ମାଝୀ । ଅନ୍ୟ ଜଣକ ପରିଚୟ ମିଳିପାରିନାହିଁ ।
ପାଇଖାନା ଟାଙ୍କି କାମ କରୁଥିବା ବେଳେ ଅଘଟଣ ; ବିଦ୍ୟୁତ୍ ଆଘାତରେ ତିନି ଶ୍ରମିକଙ୍କ ମୃତ୍ୟୁ
ପାଇଖାନା ଟାଙ୍କି କାମ କରୁଥିବା ବେଳେ ସେଠାରେ ବିଦ୍ୟୁତ୍ ସଂଯୋଗ କରି କାମ କରୁଥିବା ସମୟରେ ବଡ ଅଘଟଣ ଘଟିଛି ।
/kanak/media/media_files/2025/06/08/v901rpNxTtIsiFqm7yX6.jpg)