କନକ ବ୍ୟୁରୋ: ଦିଲ୍ଲୀ ବିଧାନସଭା ନିର୍ବାଚନ ବେଶ ରୋଚକ ହେବାକୁ ଯାଉଛି । ଲୋକସଭା ନିର୍ବାଚନରେ ଆପ, କଂଗ୍ରେସ ଓ ବିଜେପିର ଫଳାଫଳରୁ ଲାଗୁଥିଲା ହୁଏତ ଏଥରକ ଦୁଇମୁଖୀ ଲଢ଼େଇ ହେବ କିନ୍ତୁ ତାଜା ଚିତ୍ର କିଛି ଭିନ୍ନ କଥା କହିଲାଣି । ୩ଦଳ ଯେଉଁଭଳି ଭାବରେ ହାଇପ୍ରୋଫାଇଲ ଚେହେରାଙ୍କୁ ଟିକେଟ ଦେଇଛନ୍ତି ଏକଥା ସ୍ପଷ୍ଟ ହୋଇଛି ଯେ ଦିଲ୍ଲୀରେ ହେବ ତ୍ରିମୁଖୀ ଟକ୍କର ।

Advertisment

ଦିଲ୍ଲୀ ସିଂହାସନରେ ବସିବାକୁ ଜୋରସୋରରେ କସରତ ।ଆପ,କଂଗ୍ରେସ ପରେ ଚକମା ଦେଇଛି ବିଜେପି ।ଜାରି କରିଛି ୨୯ଜଣ ପ୍ରାର୍ଥୀଙ୍କୁ ନେଇ ପ୍ରଥମ ତାଲିକା । ଉଭୟ ପ୍ରତିଦ୍ବନ୍ଦୀଙ୍କୁ କଡ଼ା ଟକ୍କର ଦେବାକୁ ଦଳ ସାମ୍ନାକୁ ଆସିଛି ହାଇପ୍ରୋଫାଇଲ ଚେହେରା ।

ଯଦି ନଜର ପକାଇବା ନୂଆଦିଲ୍ଲୀ ଆସନ ଉପରେ ଫ କଂଗ୍ରେସରୁ ସନ୍ଦିପ ଦିକ୍ଷିତ,ଆପରୁ  ଅରବିନ୍ଦ କେଜ୍ରିୱାଲଓ ବିଜେପିର ପୂର୍ବତନ ଲୋକସଭା ସଭ୍ୟ ପ୍ରଭେଶ ବର୍ମା ମଧ୍ୟରେ ହେବ ହାଇପ୍ରୋଫାଇଲ ଟକ୍କର । ସନ୍ଦିପ ଦିକ୍ଷିତ ମା ତଥା ଦିବଂଗତ କଂଗ୍ରେସ ନେତ୍ରୀ ସିଲା ଦିକ୍ଷିତଙ୍କ ମଧ୍ୟ ୩ଥର ନୂଆଦିଲ୍ଲୀ ବିଧାନସଭା ଆସନରୁ ଜିତି ୧୫ବର୍ଷ ଧରି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ପଦକୁ ଅକ୍ତିଆର କରିଥିଲେ । ପ୍ରଥମଥର ପାଇଁ ଆମ ଆଦମୀ ପାର୍ଟି ନେତା ଅରବିନ୍ଦ କେଜ୍ରିୱାଲ ଏହି ଆସନରୁ ଲଢ଼ି ୨୫ହଜାର ଅଧିକ ଭୋଟରେ ସିଲା ଦିକ୍ଷିତଙ୍କୁ ହରାଇ ମୁଖ୍ୟମନ୍ତ୍ରୀ ହୋଇଥିଲେ । ଏହାପରଠୁ କେଜ୍ରିୱାଲ ଲଗାତାର ଜିତିଆସୁଛନ୍ତି । ଏବେ ଏହି ହାଇପ୍ରୋଫାଇଲ ଆସନର ଲଢ଼ିବାକୁ କଂଗ୍ରେସ ସନ୍ଦିପ ଦିକ୍ଷିତଙ୍କ ପୁଅ ତଥା ପୂର୍ବତନ ସାଂସଦ ସନ୍ଦିପ ଦିକ୍ଷିତଙ୍କୁ ବାଛି ଏହାକୁ ରୋଚକ କରିଛି । ଅନ୍ୟପଟେ ପ୍ରଭେଶ ବର୍ମା ପାଇଁ ମଧ୍ୟ ନୂଆ ଦିଲ୍ଲୀ ଆସନ ବେଶ ଚ୍ୟାଲେଜିଂ ହେବ ।

କେବଳ ଏତିକି ନୁହେଁ ଏହି ଅନ୍ୟତମ ହାଇପ୍ରୋଫାଇଲ ଆସନ କାଲାକାଜୀ ଆସନରେ ମଧ୍ୟ ଦେଖିବାକୁ ମିଳିବ ରୋଚକ ଲଢ଼େଇ । ଆପରୁ ଆତିସୀ ମାର୍ଲେନା, କଂଗ୍ରେସର ଅଳକା ଲାମ୍ବା ଓ ବିଜେପିର ପୂର୍ବତନ ଲୋକସଭା ସଭ୍ୟ ରମେଶ ବିଧୁରୀଙ୍କୁ ଓହ୍ଲାଇଛନ୍ତି ଦଳ । 


ଏବେସୁଦ୍ଧା ଆମ ଆଦମୀ ପାର୍ଟି ସମସ୍ତ ୭୦ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛି ଓ କଂଗ୍ରେସ ଏବଂ ଅପା ଯଥାକ୍ରମେ ୪୮, ୨୯ ତାଲିକା ଜାରି କରିବା ପରେ ଆଗକୁ ଆଉ କାହାକୁ ଦଳ ଟିକେଟ ଦେଇ ନିର୍ବାଚନକୁ ଓହ୍ଲାଇବା ତା ଉପରେ ନଜର ରହିବ ।
ଦିଲ୍ଲୀ ରାଜନୀତି ଇତିହାସ କୁହେ ।ଦୀର୍ଘ ବର୍ଷ ଧରି ଦିଲ୍ଲୀକୁ କବା କରି ରଖିଥିଲା କଂଗ୍ରେସ । କିନ୍ତୁ ୨୭ ହେବ ଦୂରରେ ରହିଛି ବିଜେପି । ଏହା ଭିତରେ କ୍ରମାଗତ ୩ଥର ହେବ ଏଠାରେ ଶାସନ କ୍ଷମତା ବଜାର ରଖିବାରେ ସଫଳ ହେଉଛି ଆମ ଆଦମୀ ପାର୍ଟି ।