କନକ ବ୍ୟୁରୋ : ଭାରତୀୟ ନୌସେନା ପାଇଁ ଐତିହାସିକ ଦିନ, ଜଳପଥରେ ବିଶ୍ବ ଦେଖିଲା ଭାରତର ଶକ୍ତି ଓ ଶୌର୍ଯ୍ୟ । ଭାରତୀୟ ନୌସେନାକୁ ମିଳିଲା ୩ଟି ବିଧ୍ବଂସକ ଯୁଦ୍ଧପୋତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ମୁମ୍ବାଇର ଭାରତୀୟ ନୌସେନା ଡକୟାର୍ଡରେ ତିନୋଟି ନୌସେନା ଯୁଦ୍ଧଜାହାଜ ଆଇଏନଏସ ସୁରତ, ଆଇଏନଏସ ନୀଳଗିରି ଏବଂ ଆଇଏନଏସ ବାଘଶୀରକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ଏହି ୩ ଯୁଦ୍ଧଜାହାଜ ନୌସେନାରେ ସାମିଲ ହେବା ଦ୍ବାରା ପ୍ରତିରକ୍ଷା କ୍ଷେତ୍ରରେ ଭାରତ ଆହୁରି ସଶକ୍ତ ହେବାକୁ ଯାଉଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଏହି ବିଧ୍ବଂସକ ଯୁଦ୍ଧପୋତ ଗୁଡ଼ିକ ଭାରତୀୟ ନୌସନା ପାଇଁ କେତେ ଆବଶ୍ୟକ ଓ ଏହା କିଭଳି ଜଳପଥରେ ଭାରତର ସୁରକ୍ଷାବଳୟକୁ ଆହୁରି ଅଭେଦ୍ୟ କରିବ ତାହା ଜାଣନ୍ତୁ...

Advertisment

ଆଇଏନଏସ ସୁରତ
ବିଶ୍ବର ବିଧ୍ବଂସକ ଯୁଦ୍ଧପୋତ ଭିତରୁ ଅନ୍ୟତମ
ଏହାର ୭୫ ପ୍ରତିଶତ ଅଂଶ ଭାରତରେ ନିର୍ମାଣ କରାଯାଇଛି 
ଘଣ୍ଟାପ୍ରତି ଏହା ୫୬ କିମି ବେଗରେ ସମୁଦ୍ରରେ ଗତି କରିବ 
୪୫ ଦିନ ସମୁଦ୍ର ମଧ୍ୟରେ ରହିପାରିବ ଏହି ଯୁଦ୍ଧପୋତ
ଉଭୟ ରାତି ଓ ଦିନରେ କରିପାରିବ ଅପରେସନ

ଆଇଏନଏସ ନୀଳଗିରି
ଏହି ଯୁଦ୍ଧପୋତରୁ ଶତ୍ରୁ ଶିବିର ଉପରକୁ କରିହେବ ବିଧ୍ବଂସୀ ଆକ୍ରମଣ
୬୬୭୦ ଟନ ବିଶିଷ୍ଟ ଏହି ଯୁଦ୍ଧପୋତ ପି୧୭ଏ ଷ୍ଟେଲ୍ଥ ପ୍ରୋଜେକ୍ଟରେ ନିର୍ମିତ
ବିଶ୍ବର ବିଧ୍ବଂସୀ ମିଜାଇଲକୁ ଏହି ଯୁଦ୍ଧପୋତରୁ ମାଡ କରିହେବ
ଚେତକ, ସି କିଙ୍ଗ ଓ ଏମଏଚ-୬୦ଆର ହେଲିକପ୍ଟର କରିପାରିବ ଅବତରଣ
ଆଣ୍ଟି ସବମେରିନ ରକେଟ ଲଞ୍ଚର୍ସ ଏହି ଯୁଦ୍ଧପୋତକୁ କରିଛି ଘାତକ

ଆଇଏନଏସ ବାଘଶୀର
୭୫ ସ୍କୋରପିନର ଷଷ୍ଠ ତଥା ଫାଇନାଲ ବୁଡାଜାହଜ 
ଏହା ଏକ ଡିଜେଲ ଓ ବିଦ୍ୟୁତଚାଳିତ ବୁଡାଜାହଜ 
ଜଳପଥରେ ଏହା ଶତ୍ରୁଶିବିରକୁ କରିପାରିବ ଆକ୍ରମଣ 
ଗୁଇନ୍ଦା ସୂଚନା ହାସଲ କରିବାରେ ସକ୍ଷମ ବାଘଶୀର

ଏହି ୩ଟି ଲଢୁଆ ଯୁଦ୍ଧପୋତ ସମୁଦ୍ର ବକ୍ଷରେ ଭାରତୀୟ ନୌସେନାର ବଳକୁ ଦ୍ବିଗୁଣିତ କରିଛି। ଯାହା ଶତ୍ରୁରାଷ୍ଟ୍ର ଚୀନ ଓ ପାକିସ୍ତାନର ମୁଣବିନ୍ଧାର କାରଣ ପାଲଟିଛି।...