ଦକ୍ଷିଣ ରେଳପଥରେ ଗଡ଼ିବ ତିନୋଟି ବନ୍ଦେଭାରତ ଏକ୍ସପ୍ରେସ ଟ୍ରେନ୍ ; ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ଦକ୍ଷିଣ ରେଳପଥରେ ଗଡ଼ିବ ତିନୋଟି ବନ୍ଦେଭାରତ ଏକ୍ସପ୍ରେସ ଟ୍ରେନ୍ ; ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ । ଭିଡିଓ କନଫରେନ୍ସରେ ଟ୍ରେନକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ । ଦକ୍ଷିଣ ରେଲୱେ ଜୋନରେ ସେପ୍ଟେମ୍ବରୁ ୨ରୁ ଚଳାଚଳ କରିବ ନୂଆ ଟ୍ରେନ ।

train------

କନକ ବ୍ୟୁରୋ: ଆଜି ତିନୋଟି ବନ୍ଦେଭାରତ ଏକ୍ସପ୍ରେସ ଟ୍ରେନର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମିରଟ-ଲକ୍ଷ୍ନୌ, ମଦୁରାଇ-ବେଙ୍ଗାଲୁର, ଚେନ୍ନାଇ- ନାଗରକୋଏଲ ବନ୍ଦେଭାରତ ଏକ୍ସପ୍ରେସ ଟ୍ରେନର ଆଜି ଶୁଭାରମ୍ଭ ହେବ । ପୂର୍ବାହ୍ନ ୧୧ଟାରେ ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ରେନକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିବେ । 

ଦକ୍ଷିଣ ରେଲୱେ ଜୋନର ଏମଜିଆର ଚେନ୍ନାଇ ସେଣ୍ଟ୍ରାଲ ରେଲୱେ ଷ୍ଟେସନ ଓ ମଦୁରାଇ ଜଙ୍କସନରେ କାର୍ୟ୍ୟକ୍ରମ ଆୟୋଜିତ ହେବ। ସଦର୍ଣ୍ଣ ରେଲୱେର ଦୁଇ ନୂଆ ବନ୍ଦେଭାରତ ଏକ୍ସପ୍ରେସ ସେପ୍ଟେମ୍ବର ୨ରୁ ଚଳାଚଳ ଆରମ୍ଭ କରିବ । ଦକ୍ଷିଣ ରେଲୱେ ଜୋନରେ ପୂର୍ବରୁ ୬ଟି ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଚଳାଚଳ କରୁଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe