ଦକ୍ଷିଣ ରେଳପଥରେ ଗଡ଼ିଲା ତିନୋଟି ବନ୍ଦେଭାରତ ଏକ୍ସପ୍ରେସ ; ଭିଡିଓ କନଫରେନ୍ସରେ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

Advertisment

ଦକ୍ଷିଣ ରେଳପଥରେ ଗଡ଼ିଲା ତିନୋଟି ବନ୍ଦେଭାରତ ଏକ୍ସପ୍ରେସ ; ଭିଡିଓ କନଫରେନ୍ସରେ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ । ୧୦୨ରେ ପହଞ୍ଚିଲା ଦେଶରେ ମୋଟ ବନ୍ଦେଭାରତ ସଂଖ୍ୟା ।

ଦକ୍ଷିଣ ରେଳପଥରେ ଗଡ଼ିଲା ତିନୋଟି ବନ୍ଦେଭାରତ ଏକ୍ସପ୍ରେସ ; ଭିଡିଓ କନଫରେନ୍ସରେ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ । ୧୦୨ରେ ପହଞ୍ଚିଲା ଦେଶରେ ମୋଟ ବନ୍ଦେଭାରତ ସଂଖ୍ୟା ।

bande

କନକ ବ୍ୟୁରୋ: ଗଡ଼ିଲା ଆଉ ତିନୋଟି ବନ୍ଦେ ଭାରତ ଟ୍ରେନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସ ଜରିଆରେ ସବୁଜ ପତାକା ଦେଖାଇ ବନ୍ଦେ ଭାରତ ଏକ୍ସପ୍ରେସ ଗୁଡିକର ଶୁଭାରମ୍ଭ କରିଛନ୍ତି। 

ମିରଟ-ଲକ୍ଷ୍ନୌ, ମଦୁରାଇ-ବେଙ୍ଗାଲୁର, ଚେନ୍ନାଇ- ନାଗରକୋଏଲ ବନ୍ଦେଭାରତ ଏକ୍ସପ୍ରେସ ଟ୍ରେନର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହି ଅବସରରେ ମୋଦୀ କହିଛନ୍ତି ଆଧୁନିକ ଭାରତ ନୂଆ ରୂପ ହେଉଛି ବନ୍ଦେ ଭାରତ ଏକ୍ସପ୍ରେସ। ଆଜି ଦେଶର ପ୍ରତ୍ୟେକ ରୁଟରେ ଗଡୁଛି ବନ୍ଦେ ଭାରତ। ସାରା ଦେଶରେ ଏବେ ୧୦୨ଟି ବନ୍ଦେଭାରତ ଏକ୍ସପ୍ରେସ୍ ଚାଲୁଛି। ବର୍ତ୍ତମାନ ସୁଦ୍ଧା ୩ କୋଟିରୁ ଅଧିକ ଲୋକ ବନ୍ଦେ ଭାରତରେ ଯାତ୍ରା କରି ସାରିଲେଣି। ଚଳିତ ବର୍ଷ ଅଢେଇ ଲକ୍ଷ କୋଟିରୁ ଅଧିକ ରାଶି ରୋଳ ବିଭାଗକୁ ଦିଆଯାଇଛି। ଖୁବଶୀଘ୍ର ବନ୍ଦେ ଭାରତର ସ୍ଲିପର ମଧ୍ୟ ଆସିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ସଦର୍ଣ୍ଣ ରେଲୱେର ଦୁଇ ନୂଆ ବନ୍ଦେଭାରତ ଏକ୍ସପ୍ରେସ ସେପ୍ଟେମ୍ବର ୨ରୁ ଚଳାଚଳ ଆରମ୍ଭ କରିବ । ଦକ୍ଷିଣ ରେଲୱେ ଜୋନରେ ପୂର୍ବରୁ ୬ଟି ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଚଳାଚଳ କରୁଛି । 
ନୂଆ ବନ୍ଦେ ଭାରତର ବିଶେଷତ୍ୱ

- ଦ୍ରୁତ ଗତି ସହ ଆରମଦାୟକ ଯାତ୍ରାର ଅନୁଭୂତି ଦେବ ବନ୍ଦେ ଭାରତ 
- ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ
- ବନ୍ଦେ ଭାରତ ଏକ୍ସପ୍ରେସରେ ରହିଛି କବଚ ସୁରକ୍ଷା
- ଏକ୍ସପ୍ରେସରେ ରହିଛି ୩୬୦ ଡିଗ୍ରୀ ବୁଲୁଥିବା ଚେୟାର
- ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ଶୌଚାଳୟ ବ୍ୟବସ୍ଥା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe