କନକ ବ୍ୟୁରୋ : କେନାଲରୁ ଉଦ୍ଧାର ହେଲା ଚୋରି ହୋଇଥିବା ସିନ୍ଦୁକ । ପୋଲିସ ଓ ଅଗ୍ନିଶମ କର୍ମଚାରୀଙ୍କ ସହ ସ୍କୁବା ଡାଇଭର ଖୋଜାଖୋଜି କରିବା ପରେ ୩ ଦିନ ପରେ ମିଳିଲା ପୁଳା ପୁଳା ଟଙ୍କା ଓ ଅନେକ କାଗଜପତ୍ର । ଅନେକ ଟଙ୍କା, ୯୨ ହଜାର ଟଙ୍କାର ଦାମିକିଆ ଚକୋଲେଟ୍ ଓ ୩୧ଟି ଦାମିକିଆ ଘଣ୍ଟା ପୋଲିସ ଜବତ କରିଛି । ଏଥିସହ ହୋମ ଥିଏଟର, ଟଙ୍କା ଗଣିବା ମେସିନ ଓ କମ୍ପୁଟର ଏବଂ ଓ ସୁନା ଚେନ ମିଳିଚି ।
ଏସବୁ ହେଉଛି କୋରାପୁଟ ଜିଲ୍ଲା ଜୟପୁରର ଜଣେ ବ୍ୟବସାୟୀଙ୍କ ଦୋକାନରୁ ଚୋରି ହୋଇଥିବା ଜିନିଷ । କେବଳ ଚୋରି ନୁହଁ, ବରଂ ମହିଳାଙ୍କ ବେକରୁ ଝାମ୍ପିନେଇଥିବା ସୁନା ଚେନ ମଧ୍ୟ ଉଦ୍ଧାର କରିଛି ପୋଲିସ । ଗିରଫ ଲୁଟେରାମାନେ ଜୟପୁର ସହରର। ପୋଲିସ ଚୋରି ଜିନିଷ ଜବତ କରିବା ପରେ ବ୍ୟବସାୟୀଙ୍କୁ ହସ୍ତାନ୍ତର କରିଛି। ଲୁଟେରାମାନେ କିପରି ଚୋରି କରିଥିଲେ, ଚୋରି ଜନିଷକୁ କିଭଳି ବ୍ୟବସାୟୀଙ୍କୁ କମ୍ ଦରରେ ବୁଥିଲେ, ସେନେଇ କୋରାପୁଟ ଏସପି ପ୍ରେସମିଟ୍ କରି ସୂଚନା ଦେଇଛନ୍ତି।