କନକ ବ୍ୟୁରୋ : ଗରାଖ ବେଶରେ ଯାଇ ପରିବା ହାଟରୁ ଲୁଟୁଥିଲେ ବାଇକ୍। ଗଞ୍ଜାମ ଜିଲ୍ଲାର ୩ ଜଣ ଲୁଟେରାଙ୍କୁ ଧରିଛି ଭୁବନେଶ୍ବର ଲିଙ୍ଗରାଜ ଥାନା ପୋଲିସ। ୩ ଲୁଟେରାଙ୍କଠାରୁ ୧୨ଟି ଗାଡି ଜବତ ହୋଇଛି। ଲୁଟେରାମାନେ ଗାଡି ଚୋରି କରି କମ୍ ଦାମରେ ବିକୁଥିଲେ ସ୍ପେୟାର ପାର୍ଟସ। ଲିଙ୍ଗରାଜ ଥାନା ଅଧୀନ ବିଭିନ୍ନ ହାଟରୁ ଲୁଟ ନେଇ ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ବାଇକ ଲୁଟେରାଙ୍କୁ କାବୁ କରିଛି ପୋଲିସ । ଅଭିଯୁକ୍ତଙ୍କ ନାଁରେ ବିଭିନ୍ନ ଜିଲ୍ଲାରେ ରହିଛି ମାମଲା।
ଗରାଖ ବେଶରେ ଯାଇ ପରିବା ହାଟରୁ ଲୁଟୁଥିଲେ ବାଇକ୍ । ଗଞ୍ଜାମର ୩ ଲୁଟେରାଙ୍କୁ ଧରିଲା ଲିଙ୍ଗରାଜ ଥାନା ପୋଲିସ
ଲୁଟେରାମାନେ ଗାଡି ଚୋରି କରି କମ୍ ଦାମରେ ବିକୁଥିଲେ ସ୍ପେୟାର ପାର୍ଟସ। ଲିଙ୍ଗରାଜ ଥାନା ଅଧୀନ ବିଭିନ୍ନ ହାଟରୁ ଲୁଟ ନେଇ ଅଭିଯୋଗ ହୋଇଥିଲା।
/kanak/media/media_files/2025/02/25/UzhCnXnFN5dAm3V796at.jpg)