କନକ ବ୍ୟୁରୋ: ବର୍ତ୍ତମାନ ସମୟରେ ଯେତେ ବିକାଶ ହେଉଛି, ସେତେ ପୃଥିବୀର ତାପମାତ୍ରାରେ ପ୍ରଭାବ ପକାଉଛି । ୨-ଆଧୁନିକ ପଦ୍ଧତି ଏବଂ ଟେକ୍ନୋଲୋଜି ବ୍ୟବହାର ଯୋଗୁଁ କ୍ଷେତଗୁଡ଼ିକ ମରୁଭୂମି ମୁହାଁ ହେବାକୁ ଲାଗିଲାଣି । ୩-ଲଗାତାର ଜୈବ ବିବିଧତା କ୍ଷୟ ଜନଜୀବନକୁ ପ୍ରଭାବିତ କରୁଛି। ସମ୍ବାଦ ଗ୍ରୁପ ପକ୍ଷରୁ ଭୁବନେଶ୍ୱରରେ ଆୟୋଜିତ ତିନିଦିନିଆ ‘ପୁନଶ୍ଚ ପୃଥିବୀ’ ମହାସମ୍ମିଳନୀରେ ଯୋଗ ଦେଇ ଏକଥା କହିଛନ୍ତି କେନ୍ଦ୍ର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ। ପୃଥିବୀ ଲାଗି ଏହି ତିନି ବିପଦ କଥା ଉଲ୍ଲେଖ କରିଛନ୍ତି କେନ୍ଦ୍ରମନ୍ତ୍ରୀ।
ଜୟ ଜଗନ୍ନାଥରୁ ଅଭିଭାଷଣ ଆରମ୍ଭ କରି ଭୂପେନ୍ଦ୍ର ଯାଦବ କହିଛନ୍ତି, ଓଡ଼ିଶା ଜଗନ୍ନାଥଙ୍କ ଭୂମି, ଏଠାକୁ ଆସିବା ମୋ ପାଇଁ ସୌଭାଗ୍ୟ। ୩ ବର୍ଷ ପୂର୍ବେ ମୁଁ ‘ପୁନଶ୍ଚ ପୃଥିବୀ’ର ଅଭିଯାନରେ ଭିଡ଼ିଓ କନଫରେସିଂ ଜରିଆରେ ଯୋଡ଼ି ହୋଇଥିଲି । ମୁଁ ଏଥିଲାଗି ତନୟା ପଟ୍ଟନାୟକଜୀଙ୍କୁ ଅଭିନନ୍ଦନ ଜଣାଉଛି ଏଭଳି ଏକ ଅଭିଯାନ ସେ ଜାରି ରଖିଛନ୍ତି ଯାହା ଏବେ ଗାଁରୁ ଗାଁ ଯାଏଁ ଆନ୍ଦୋଳନରେ ପରିଣତ ହେଲାଣି।
ସେ ଆହୁରି କହିଛନ୍ତି, ‘ଜୀବନର ବିକାଶ ଏନର୍ଜି ଉପରେ ନିର୍ଭରଶୀଳ। ଏନର୍ଜି ବିନା କିଛି ବି ହୋଇପାରିବନି। ସଙ୍କଟ ଓ ସମସ୍ୟାରୁ କିଭଳି ସମାଧାନ ବାହାରିବ, ସେନେଇ ସରକାର ବାଟ ବାହାର କରିବା ଜରୁରୀ। ଆଧୁନିକ ସଭ୍ୟତା ଭିତରେ ଗାନ୍ଧୀ ଜୀଙ୍କ ନୀତି ଆଦର୍ଶ ସମସ୍ତଙ୍କ ପାଇଁ ଏକ ଉଦାହରଣ । ସ୍ୱଚ୍ଛତା, ସହିଷ୍ଣୁତା ଏବଂ ସ୍ଥାନୀୟତାକୁ ଗୁରୁତ୍ୱ ଦେବା ଜରୁରୀ । ବାପୁ କହିଥିଲେସମସ୍ତଙ୍କ ଆବଶ୍ୟକତା ପୂରଣ ପାଇଁ ପୃଥିବୀ ପର୍ଯ୍ୟାପ୍ତ ଅଛି କିନ୍ତୁ ସମସ୍ତଙ୍କର ଲୋଭ ପାଇଁ ନୁହେଁ’।
ସମ୍ବାଦ ଗ୍ରୁପ ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଓ ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଆଇଏମଡି ଡିଜି ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ‘ସମ୍ବାଦ’ ସଂପାଦକ ତନୟା ପଟ୍ଟନାୟକ ସମ୍ବର୍ଦ୍ଧିତ କରିଥିଲେ।
ଅଗଷ୍ଟ ୯ ତାରିଖ କ୍ରାନ୍ତି ଦିବସରୁ ୬୦ଦିନିଆ ଆନ୍ଦୋଳନ ଆରମ୍ଭ କରିଥିଲା ସମ୍ବାଦ ଗ୍ରୁପ। ପ୍ରଥମ ଥର ପାଇଁ ରାଜ୍ୟର ୧୩୦ରୁ ଅଧିକ ନିର୍ବାଚନମଣ୍ଡଳୀରେ ପରିବେଶ ପଞ୍ଚାୟତ ଆୟୋଜନ କରି ଲୋକଙ୍କୁ ସଚେତନ କରାଯାଇଛି। ଆଉ ଅକ୍ଟୋବର ୪ତାରିଖ ଦିନ ଭୁବନେଶ୍ୱର ସ୍ୱସ୍ତି ପ୍ରିମିୟମରେ ଆୟୋଜିତ ହେବାକୁ ଯାଉଛି ରାଜ୍ୟସ୍ତରୀୟ କ୍ଲାଇମେଟ ପଞ୍ଚାୟତ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/sfYQA4tszyg0m23m3vmI.png)