କନକ ବ୍ୟୁରୋ : ଆଗକୁ ଛାତ୍ର ସଂସଦ ନିର୍ବାଚନ । ଆଉ କ୍ୟାମ୍ପସରେ ଛାତ୍ରଛାତ୍ରୀଙ୍କୁ ନିଜ ଆଡକୁ ଆଣିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି ବିଜେପି-ବିଜେଡି । ଜରୁରୀକାଳୀନ ପରିସ୍ଥିତିକୁ ବିରୋଧ କରି ସରକାର ପାଳିଛିନ୍ତ ସମ୍ବିଧାନ ହତ୍ୟା ଦିବସ । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କଲେଜ ଓ ବିଶ୍ବବିଦ୍ୟାଳୟରେ ଏହାକୁ ପାଳନ କରାଯାଇଛି । ଶୋଭାଯାତ୍ରା ବାହାରିଛି । ପ୍ରବନ୍ଧ ଓ କୁଇଜ ପ୍ରତିଯୋଗିତା ହୋଇଛି । ସମ୍ବିଧାନ ହତ୍ୟା ଦିବସ କାର୍ଯ୍ୟକ୍ରମ ଭୁବନେଶ୍ବରରେ ଆୟୋଜିତ କରିଛି ଉଚ୍ଚଶିକ୍ଷା ବିଭାଗ । ତକ୍ରାଳୀନ କଂଗ୍ରେସ ସରକାର ଉପରେ ଖୁବ ବର୍ଷିଛନ୍ତି ବିଜେପି ନେତା ଓ ମନ୍ତ୍ରୀ।
ଶାସକ ଦଳ ବିଜେପିକୁ କାଉଣ୍ଟର କରିବାକୁ ବିଜେଡି ସହ କଂଗ୍ରେସ ବି ରାସ୍ତାକୁ ଓହ୍ଲାଇ । ବିଭିନ୍ନ ପ୍ରସଙ୍ଗକୁ ନେଇ ବିଭିନ୍ନ କଲେଜ ଓ ବିଶ୍ବବିଦ୍ୟାଳୟରେ ବିଜୁ ଛାତ୍ର ଜନତା ଦଳ ଆନ୍ଦୋଳନ କରିଛନ୍ତି । ଶୋଭାଯାତ୍ରା ସହ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିଥିଲେ । ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ ବିଜେଡି ଛାତ୍ର ନେତା । କଂଗ୍ରେସ ନାରୀ ସୁରକ୍ଷାକୁ ପ୍ରସଙ୍ଗ କରି ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ଘେରାଉ କରିଛି । କଂଗ୍ରେସ ନେତା ଓ କର୍ମୀ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନକୁ ଧସେଇ ପଶିବାକୁ ଉଦ୍ୟମ କରୁଥିବାବେଳେ ପୁଲିସ ଅଟକାଇବାକୁ ଉଦ୍ୟମ କରିଥିଲା ।
ଗୋଟିଏ ଦିନରେ ୩ ପ୍ରମୁଖ ଦଳର ଶକ୍ତିପ୍ରଦର୍ଶନ ରାଜ୍ୟ ରାଜନୀତିକୁ ସରଗରମ କରିଛି ।