କନକ ବ୍ୟୁରୋ : ରାଜ୍ୟରେ ଖୋଲିବ ଓମଫେଡର ୩ଟି ନୂଆ ପ୍ଲାଣ୍ଟ । ସମ୍ବଲପୁର, ଗଞ୍ଜାମ ଓ ବାଲେଶ୍ୱରଠାରେ ଖୋଲିବ ଏହି ୩ଟି ନୂଆ ପ୍ଲାଣ୍ଟ । ଏହାସହ ଓମଫେଡ ମିନେରାଲ ୱାଟର ଓ ଚକଲେଟ ଆସିବ। ସେହିପରି ବିଭିନ୍ନ ଜାଗାରେ ଓମଫେଡ ପାର୍ଲର ଖୋଲାଯିବ । ଓମଫେଡର ସମୀକ୍ଷା ବୈଠକ ହେବା ପରେ ଏନେଇ ଘୋଷଣା କରିଛନ୍ତି ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ଆଗାମୀ ଦିନରେ ଓମଫେଡକୁ ସୃଦୁଢ଼ କରିବା ସହ କ୍ୱାଲିଟି କ୍ଵାଣ୍ଟିଟିରେ କମ୍ପ୍ରମାଇଜ କରାଯିବନି । ପ୍ଲାଣ୍ଟ ଗୁଡିକରେ ସିସିଟିଭି ଲାଗିବ । ଏହାସହ ୨୦ଟି କ୍ଷୀର ଧାରା କେନ୍ଦ୍ର ପଞ୍ଚାୟତରେ ଖୋଲିଛି ।  ପର୍ଯ୍ୟାୟ କ୍ରମେ ଆଉ ୨୭ରୁ ୨୮ଟି ଖୋଲିବ । ୨କୋଟି ବକେୟା ରାଶି ରହିଛି । ତେବେ ନୋଟିସ ପରେ ୮୨ଲକ୍ଷ ଆଦାୟ ହୋଇଛି । ୭ଦିନ ଭିତରେ ବକେୟା ନ ଦେଲେ ଆକ୍ସନ ନିଆଯିବ ।  ସେପଟେ ପୁରୀ ଜଗନ୍ନାଥ ମନ୍ଦିରରେ ଓମଫେଡ ଘିଅ ବ୍ୟବହାର କରାଯିବ । ଏଥିପାଇଁ ସପ୍ଲାଇ ଆରମ୍ଭ ହୋଇଛି । ଜଗନ୍ନାଥ ମନ୍ଦିରରେ ଦିନକୁ  ୪ଟନ ଘିଅ ଆବଶ୍ୟକ ରହିଛି । ପ୍ରତି ଦିନ ୮ରୁ ୧୦ଟନ ଘିଅ ଉତ୍ପାଦନ ହେଉଛି ତେଣୁ ଏହି ଆବଶ୍ୟକତା ପୂରଣ ପାଇଁ ଓମଫେଡ ସକ୍ଷମ ବୋଲି ମନ୍ତ୍ରୀ କହିଛନ୍ତି । ଏହାସହ ବଜାର ଠାରୁ କମ୍ ଦରରେ ହୋଲସେଲ ରେଟରେ ଘିଅ ଦିଆଯିବ। ଓମଫେଡ ସଂସ୍ଥାକୁ ପୁନର୍ଗଠନ କରାଯିବା ସହ ଅଧିକ ଆତ୍ମନିର୍ଭର କରାଯିବ। ଚାଷୀଙ୍କ ପ୍ରୋତ୍ସାହନ ରାଶି ୨୯କୋଟି ସାତ ଦିନ ଭିତରେ ଦିଆଯିବ ।