ବିଷ ପିଇ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ, ହସ୍ପିଟାଲରେ ଜଣଙ୍କ ପରେ ଜଣଙ୍କୁ ମୃତ ଘୋଷଣା କଲେ ଡାକ୍ତର

ଏମ୍‌କେସିଜି ଡାକ୍ତରଖାନାରେ ମାଆ ଓ ପୁଅ ଝିଅଙ୍କୁ ମୃତ ଘୋଷଣା କଲେ ଡାକ୍ତର, କାରଣ ଅସ୍ପଷ୍ଟ

ବିଷ ପିଇ ୩ ମୃତ

ବିଷ ପିଇ ୩ ମୃତ Photograph: (kanakNews)

କନକ ବ୍ୟୁରୋ :  ଗଞ୍ଜାମ ପାଳିବନ୍ଧ ଗାଁରେ ଦୁଃଖଦ ଘଟଣା । ବିଷ ପିଇ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ହୋଇଛି। ଚାଉଳରେ ପୋକ ନଲାଗିବା ପାଇଁ ରଖାଯାଇଥିବା ଔଷଧକୁ ଖାଇ ସେମାନେ ମୃତ୍ୟୁବରଣ କରିଥିବା ଜଣାପଡିଛି । ଗତ ରାତିରେ ପାଳିବନ୍ଧ ଗାଁର ଏସ. ମାମି ରେଡ୍ଡୀ, ତାଙ୍କ ଝିଅ ମିନା ରେଡ୍ଡୀ ଓ ପୁଅ ରାକେଶ ରେଡ୍ଡୀ କୌଣସି କାରଣକୁ ନେଇ ବିଷ ଖାଇ ଦେଇଥିଲେ ।

ସ୍ଥାନୀୟ ଲୋକ ୩ ଜଣଙ୍କୁ ଉଦ୍ଧାର କରି ଛତ୍ରପୁର ମେଡିକାଲ ନେଇଥିଲେ। ଗୁରୁତର ଥିବାରୁ ବ୍ରହ୍ମପୁର ମେଡିକାଲ ପଠାଯାଇଥିଲା । ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର। ୨ ବର୍ଷ ତଳେ ବାପାଙ୍କର ମୃତ୍ୟୁ ହୋଇଥିଲା । ତେବେ ମାଆ ପୁଅ ଝିଅ କାହିଁକି ବିଷ ଖାଇଲେ ତାହା ବର୍ତ୍ତମାନ ସୁଦ୍ଧା ଜଣା ପଡ଼ିନାହିଁ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe