କନକ ବ୍ୟୁରୋ : ଗଞ୍ଜାମ ପାଳିବନ୍ଧ ଗାଁରେ ଦୁଃଖଦ ଘଟଣା । ବିଷ ପିଇ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ହୋଇଛି। ଚାଉଳରେ ପୋକ ନଲାଗିବା ପାଇଁ ରଖାଯାଇଥିବା ଔଷଧକୁ ଖାଇ ସେମାନେ ମୃତ୍ୟୁବରଣ କରିଥିବା ଜଣାପଡିଛି । ଗତ ରାତିରେ ପାଳିବନ୍ଧ ଗାଁର ଏସ. ମାମି ରେଡ୍ଡୀ, ତାଙ୍କ ଝିଅ ମିନା ରେଡ୍ଡୀ ଓ ପୁଅ ରାକେଶ ରେଡ୍ଡୀ କୌଣସି କାରଣକୁ ନେଇ ବିଷ ଖାଇ ଦେଇଥିଲେ ।
ସ୍ଥାନୀୟ ଲୋକ ୩ ଜଣଙ୍କୁ ଉଦ୍ଧାର କରି ଛତ୍ରପୁର ମେଡିକାଲ ନେଇଥିଲେ। ଗୁରୁତର ଥିବାରୁ ବ୍ରହ୍ମପୁର ମେଡିକାଲ ପଠାଯାଇଥିଲା । ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର। ୨ ବର୍ଷ ତଳେ ବାପାଙ୍କର ମୃତ୍ୟୁ ହୋଇଥିଲା । ତେବେ ମାଆ ପୁଅ ଝିଅ କାହିଁକି ବିଷ ଖାଇଲେ ତାହା ବର୍ତ୍ତମାନ ସୁଦ୍ଧା ଜଣା ପଡ଼ିନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/04/07/tDKN7msjkEGuJIW9h6Ij.jpg)