କନକ ବ୍ୟୁରୋ: ବିଷ ପିଇ ମାଆ, ପୁଅ ଓ ଝିଅ ମୃତ । ଗଞ୍ଜାମ ଜିଲ୍ଲା ପାଳିବନ୍ଧ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି । ଗୁରୁତର ଅବସ୍ଥାରେ ୩ ଜଣଙ୍କୁ ମେଡିକାଲ ନିଆଯାଇଥିଲା । ସେଠାରେ ଡାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଥିଲେ । ଗୋଟିଏ ପରିବାରର ୩ଜଣ କାହିଁକି ବିଷ ପିଇଲେ, ଜଣାପଡ଼ିନାହିଁ, ପୁଲିସ ତଦନ୍ତ କରୁଛି । 

Advertisment

ଗଞ୍ଜାମ ଜିଲ୍ଲା ଗଞ୍ଜାମ ଥାନା ଅନ୍ତର୍ଗତ ପାଳିବନ୍ଧ ଗାଁରେ ସକାଳୁ ସକାଳୁ ୩ ଜଣଙ୍କ ଆତ୍ମହତ୍ୟା ସାରା ଅଂଚଳକୁ ସ୍ତବ୍ଧ କରିଦେଇଛି । ଗୋଟିଏ ପରିବାରର ୩ ଜଣ ବିଷ ପିଇ ଆତ୍ମହତ୍ୟା କରିଛନ୍ତି l ୪୦ ବର୍ଷୀୟା ଏସ୍. ମାମି ରେଡ୍ଡୀ, ତାଙ୍କ ୨୨ ବର୍ଷର ପୁଅ ରାକେଶ ଓ ୧୬ ବର୍ଷର ଝିଅ ମୀନା ରେଡ୍ଡୀ ଗତକାଲି(ରବିବାର ) ରାତିରେ ଚାଉଳରେ ପୋକ ନଲାଗିବା ପାଇଁ ରଖାଯାଇଥିବା ଔଷଧ ପିଇ ଦେଇଥିଲେ । ୨ ବର୍ଷ ତଳେ ମାମିଙ୍କ ସ୍ୱାମୀଙ୍କର ଚେନ୍ନାଇରେ ଏକ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା । 


ଜଣଙ୍କୁ ଗୁରୁତର ଅବସ୍ଥାରେ ଗାଁ ଲୋକ ଛତ୍ରପୁର ମେଡିକାଲରେ ଭର୍ତ୍ତି କରିଥିଲେ । ଅବସ୍ଥା ଅଧିକ ଗୁରୁତର ହେବାରୁ ସମସ୍ତଙ୍କୁ ବ୍ରହ୍ମପୁର ଏମକେସିଜି ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ମାଆ, ପୁଅ ଓ ଝିଅଙ୍କର ମୃତ୍ୟୁ ହୋଇଛି । ଆତ୍ମହତ୍ୟାର କାରଣ ଜଣାପଡ଼ିନାହିଁ ।  ତିନିଜଣଙ୍କ ଆତ୍ମହତ୍ୟାର  କାରଣ ଜାଣିବା ପାଇଁ ପୁଲିସ ତଦନ୍ତ କରୁଛି। ମାଆ, ପୁଅ ଓ ଝିଅ କାହିଁକି ଆତ୍ମହତ୍ୟା କଲେ?  କୌଣସି କାରଣରୁ ସମସ୍ତଙ୍କ ମାନସିକ ଅବସ୍ଥା ଭଲ ନଥିଲା କି ? ସମସ୍ତଙ୍କ ଅଜାଣତରେ କେହି ବିଷ ଦେଇଥିଲା କି ? ଏହି ସମସ୍ତ ପ୍ରଶ୍ନର ଉତ୍ତର ପୁଲିସ ତଦନ୍ତ ପରେ ହିଁ ଜଣା ପଡ଼ିବ ।