କନକ ବ୍ୟୁରୋ, ପାକିସ୍ତାନ ଉପରେ ଗୋଟିଏ ପରେ ଗୋଟିଏ ବଡ ଆଟାକ୍ ହେବାରେ ଲାଗିଛି । ଭାରତର ଆକ୍ରମଣ ପରେ ଆଜି ସକାଳୁ ପାକିସ୍ତାନ ସେନା ଗାଡି ଉପରେ ବଡ ଆଇଇଡି ଆକ୍ରମଣ କରିଛି ବଲୁଚିସ୍ତାନ୍ । ଏହି ଘଟଣାକୁ କେଇ ଘଣ୍ଟା ବିତିନଥିବା ବେଳେ ପାକିସ୍ତାନ ଲାହୋରରେ ୩ଟି ବଡ ବିସ୍ଫୋରଣ ହୋଇଛି । ଲାହୋରର ବ୍ଲାଟନ ରୋଡ୍‌ରେ ଜୋରଦାର ବିସ୍ଫୋରଣ ହୋଇଛି । ଏହି ୩ଟି ବଡ ବିସ୍ଫୋରଣ ପରେ ଲାହୋରରେ ଏୟାରପୋର୍ଟକୁ ବନ୍ଦ କରାଯାଇଛି । ଇସଲାମାବାଦ ଏୟାରପୋର୍ଟ ମଧ୍ୟ ବନ୍ଦ କରିଦିଆଯାଇଛି । ତେବେ ୩ଟି ସ୍ଥାନରେ ମିସାଇଲ୍ ମାଡ ହୋଇଥିବା ପ୍ରତ୍ୟେକ୍ଷଦର୍ଶୀ ସୂଚନା ଦେଇଛନ୍ତି । କିନ୍ତୁ ଏହି ଆକ୍ରମଣ କିଏ କରିଛି ତାର କୌଣସି ସ୍ପଷ୍ଟ ସୂଚନା ମିଳିପାରିନି । 

Advertisment

ସେପଟେ, ପାକିସ୍ତାନ ସେନା ଗାଡି ଉପରେ ଆଇଇଡି ବିସ୍ଫୋରଣ ହୋଇଛି । ୧୦ରୁ ଅଧିକ ପାକ୍ ଯବାନଙ୍କ ମୃତ୍ୟୁ ସୂଚନା ମିଳିଛି । ଆକ୍ରମଣ ପଛରେ ଭାରତର ହାତ ଥିବା କହିଲା ପାକିସ୍ତାନ । ପାକିସ୍ତାନୀ ସେନା ଗାଡି ଯାଉଥିବା ବେଳେ ଆଇଇଡି ବିସ୍ଫୋରଣ କରି ଉଡାଇଦେଇଛି ବିଏଲଏ । ଆକ୍ରମଣରେ କିଛି ସ୍ପେଶାଲ ଅପରେସନ କମାଣ୍ଡର ସହ ସୈନିକଙ୍କ ମୃତ୍ୟୁ ହୋଇଛି । ରିମୋଟ କଂଣ୍ଟ୍ରୋଲ ଅସ୍ତ୍ରଶସ୍ତ୍ର ଜରିଆରେ ବଲୁଚିସ୍ତାନର ସ୍ବାଧୀନତା ସଂଗ୍ରାମୀମାନେ ଆକ୍ରମଣ କରିଥିବା କହିଛି ବିଏଲଏ । ପାକିସ୍ତାନ ସେନାର ମିଡିଆ ଓ ପିଆର ଟିମ୍, ଆଇଏସପିଆର ଆକ୍ରମଣରେ ଭାରତର ସମ୍ପୃକ୍ତି ଥିବା ଅଭିଯୋଗ ଆଣିଛି । ଭାରତର ପ୍ରୋକ୍ସି ସଙ୍ଗଠନଗୁଡିକ ବଲୁଚିସ୍ତାନରେ ଆତଙ୍କବାଦୀ କାର୍ଯ୍ୟକଳାପ ଚଳାଇବା ସହ ସୁରକ୍ଷାକର୍ମଙ୍କୁ ଆକ୍ରମଣ କରୁଛନ୍ତି । ବଲୋଚ ଲିବେରେସନ ଆର୍ମିକୁ ଭାରତର ପ୍ରୋକ୍ସି ସଙ୍ଗଠନ ବୋଲି କହଛି ପାକ ସେନା । ପାକିସ୍ତାନର ଅମୀର ପୋଷ୍ଟ ଓ ଅଲ୍ଲୀ ଖାନ ବେସ୍ ମଧ୍ୟରେ ଆର୍ମି ଗାଡି ଉପରେ ଆକ୍ରମଣ କରାଯାଇଛି ।