କନକ ବ୍ୟୁରୋ: କୁଚିଣ୍ଡାରେ ଅଘଟଣ। ନିର୍ମାଣଧୀନ ପାଇଖାନା ଟାଙ୍କିର ସେଣ୍ଚ୍ରିଂ ଖୋଳୁଥିବାବେଳେ ଚାଲିଗଲା ୩ ଶ୍ରମୀକଙ୍କ ଜୀବନ। ଶ୍ୱାସରୁଦ୍ଧ ହୋଇ ୩ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ହୋଇ ପଡ଼ିଛନ୍ତି। ଗୁରୁତର ଶ୍ରମିକଙ୍କୁ ସମ୍ୱଲପୁର କୁଚିଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ନିର୍ମାଣଧୀନ ପାଇଖାନା ଟାଙ୍କି ସେଣ୍ଟ୍ରିଂ ଖୋଳୁ ଥିବା ବେଳେ ଶ୍ୱାସରୁଦ୍ଧ ହୋଇ ପଡି ୩ ଶ୍ରମିକଙ୍କ ଜୀବନ ଚାଲିଯାଇଛି। ଜମନକିରା ଥାନା ପୁକୁଡା ଗାଁରୁ ଆସିଛି ଏଭଳି ଅଭାବନୀୟ ଘଟଣା। ମୃତ ଶ୍ରମୀକ ହେଲେ, ଶ୍ରୀକାନ୍ତ ମୁଣ୍ଡା, ଭରତ ରଣା ଓ ବସନ୍ତ ଦେହୁରୀ। ଗୁରୁତର ହୋଇ ଚିକିତ୍ସିତ ହେଉଥିବା ଶ୍ରମିକ ଜଣଙ୍କ ହେଲେ ସିଦ୍ଧାର୍ଥ ମୁଣ୍ଡା।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/9OYYTIhAwDzvdjOICH80.jpg)