କନକ ବ୍ୟୁରୋ: ବ୍ରହ୍ମପୁର କମାପଲ୍ଲୀ ଓଭରବ୍ରିଜ୍ ଉପରେ ପଡ଼ିଛି ତିନୋଟି ଜୀବନ୍ତ ବୋମା । ସ୍ଥାନୀୟ ଲୋକେ ଜୀବନ୍ତ ବୋମା ପଡ଼ିଥିବା ଦେଖି ବୈଦ୍ୟନାଥପୁର ଥାନାକୁ ଖବର ଦେଇଛନ୍ତି । ଆଉ ଖବର ପାଇ ବୈଦ୍ୟନାଥପୁର ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପୁଲିସ ସହ ବୋମା ନିଷ୍କ୍ରିୟକାରୀ ଦଳ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ତିନୋଟି ଅଫୁଟା ବୋମାକୁ ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇଯାଇଛନ୍ତି । ଘଟଣାସ୍ଥଳରେ ଲୋକଙ୍କ ଭିଡ଼, ବୋମାକୁ ନିଷ୍କ୍ରିୟ କରିବା ନିମନ୍ତେ ବୋମା ନିଷ୍କ୍ରିୟକାରୀ ଦଳର ଉଦ୍ୟମ ଆରମ୍ଭ । ତେବେ କିଏ ଓ କାହିଁକି ଏଭଳି ତିନୋଟି ବୋମା ଗୋଟିଏ ସ୍ଥାନରେ ରଖିଛି ତାହା ସ୍ପଷ୍ଟ ହୋଇନାହିଁ ।