ପାଇଖାନା ଟାଙ୍କି ସଫା ବେଳେ ଅଘଟଣ । ଶ୍ବାସରୁଦ୍ଧ ହୋଇ ୩ଶ୍ରମିକଙ୍କ ମୃତ୍ୟୁ ।

Advertisment

କଟକ ନରଣପୁରରେ ଶ୍ୱାସରୁଦ୍ଧ ହୋଇ ୩ଶ୍ରମିକଙ୍କ ମୃତ୍ୟୁ । ସ୍ଥାନୀୟ ଆପାର୍ଟମେଣ୍ଟରେ ପାଇଖାନା ଟାଙ୍କି ସଫା କରିବା ବେଳେ ଅଘଟଣ ।

କଟକ ନରଣପୁରରେ ଶ୍ୱାସରୁଦ୍ଧ ହୋଇ ୩ଶ୍ରମିକଙ୍କ ମୃତ୍ୟୁ । ସ୍ଥାନୀୟ ଆପାର୍ଟମେଣ୍ଟରେ ପାଇଖାନା ଟାଙ୍କି ସଫା କରିବା ବେଳେ ଅଘଟଣ ।

10େ୍େ

କନକ ବ୍ୟୁରୋ: ଶ୍ୱାସରୁଦ୍ଧ ହୋଇ ୩ଶ୍ରମିକଙ୍କ ମୃତ୍ୟୁ । କଟକ ବାରଙ୍ଗ ନରଣପୁର ସ୍ଥିତ ଏକ ଆପାର୍ଟମେଣ୍ଟରେ ନିର୍ମାଣାଧିନ ପାଇଖାନା ଟାଙ୍କିରୁ ସେଣ୍ଟରିଙ୍ଗ ପଟା ଖୋଲିବା ବେଳେ ବଡ ଅଘଟଣ । ପାଇଖାନା ଟାଙ୍କି ଭିତରେ ଶ୍ୱାସରୁଦ୍ଧ ହୋଇ ୩ ଶ୍ରମିକଙ୍କର ମୃତ ହୋଇଛି  । ସକାଳୁ ଟାଙ୍କି କାମରେ ଲାଗିଥିବା ସେଣ୍ଟରିଂ ପଟା ଖୋଲିବା ପାଇଁ ପ୍ରଥମେ ୨ଜଣ ଶ୍ରମିକ ଭିତରକୁ ଯାଇଥିଲେ । 

ସେମାନେ ଭିତରେ ଅଚେତ ହୋଇ ପଡ଼ିଥିଲେ । ତୃତୀୟ ଶ୍ରମିକ ଜଣକ ଡାକିବାରୁ ଉତ୍ତର ଦେଇ ନଥିଲେ । ସେମାନଙ୍କୁ ଉଦ୍ଧାର କରିବା ପାଇଁ ଆଉ ଜଣେ ଶ୍ରମିକ ଭିତରକୁ ପସିଥିଲେ । ସେ ମଧ୍ୟ ସେଠାରେ ଅଚେତ ହୋଇ ପଡ଼ିଥିଲେ । ବାହାରେ କାମ କରୁଥିବା ଅନ୍ୟ ଶ୍ରମିକମାନଙ୍କୁ କିଛି ସ୍ବର ଶବ୍ଦ ଶୁଣା ନଯିବାରୁ ପାଖକୁ ଯାଇ ଦେଖିବା ପରେ ସବୁ ଜଣାପଡ଼ିଥିଲା । 

ଘଟଣା ବାବଦରେ ବାରଙ୍ଗ ଥାନାକୁ ଖବର ଦିଆଯାଇଥିଲା । ପୁଲିସ ଓ ବାରଙ୍ଗ  ଅଗ୍ନୀଶମ ବାହିନୀ ଉଦ୍ଧାରକାରୀ ଟିମ୍ ଟାଙ୍କି ଭିତରୁ ଜଣ ଜଣ କରି ଅଚେତ ଅବସ୍ଥାରେ ୩ ଜଣଙ୍କୁ ଉଦ୍ଧାର କରି ଥିଲେ । ଆମୁଲାନ୍ସ ଯୋଗେ ତିନି ଶ୍ରମିକଙ୍କୁ କଟକ ଏସସିବି ଡାକ୍ତରଖାନାକୁ ପଠା ଯାଇଥିଲା । ସେଠାରେ ଡାକ୍ତର ତିନି ଶ୍ରମିକଙ୍କୁ ମୃତ ଘୋଷଣା କରିଥିଲେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe