କନକ ବ୍ୟୁରୋ: ଶ୍ୱାସରୁଦ୍ଧ ହୋଇ ୩ଶ୍ରମିକଙ୍କ ମୃତ୍ୟୁ । କଟକ ବାରଙ୍ଗ ନରଣପୁର ସ୍ଥିତ ଏକ ଆପାର୍ଟମେଣ୍ଟରେ ନିର୍ମାଣାଧିନ ପାଇଖାନା ଟାଙ୍କିରୁ ସେଣ୍ଟରିଙ୍ଗ ପଟା ଖୋଲିବା ବେଳେ ବଡ ଅଘଟଣ । ପାଇଖାନା ଟାଙ୍କି ଭିତରେ ଶ୍ୱାସରୁଦ୍ଧ ହୋଇ ୩ ଶ୍ରମିକଙ୍କର ମୃତ ହୋଇଛି । ସକାଳୁ ଟାଙ୍କି କାମରେ ଲାଗିଥିବା ସେଣ୍ଟରିଂ ପଟା ଖୋଲିବା ପାଇଁ ପ୍ରଥମେ ୨ଜଣ ଶ୍ରମିକ ଭିତରକୁ ଯାଇଥିଲେ ।
ସେମାନେ ଭିତରେ ଅଚେତ ହୋଇ ପଡ଼ିଥିଲେ । ତୃତୀୟ ଶ୍ରମିକ ଜଣକ ଡାକିବାରୁ ଉତ୍ତର ଦେଇ ନଥିଲେ । ସେମାନଙ୍କୁ ଉଦ୍ଧାର କରିବା ପାଇଁ ଆଉ ଜଣେ ଶ୍ରମିକ ଭିତରକୁ ପସିଥିଲେ । ସେ ମଧ୍ୟ ସେଠାରେ ଅଚେତ ହୋଇ ପଡ଼ିଥିଲେ । ବାହାରେ କାମ କରୁଥିବା ଅନ୍ୟ ଶ୍ରମିକମାନଙ୍କୁ କିଛି ସ୍ବର ଶବ୍ଦ ଶୁଣା ନଯିବାରୁ ପାଖକୁ ଯାଇ ଦେଖିବା ପରେ ସବୁ ଜଣାପଡ଼ିଥିଲା ।
ଘଟଣା ବାବଦରେ ବାରଙ୍ଗ ଥାନାକୁ ଖବର ଦିଆଯାଇଥିଲା । ପୁଲିସ ଓ ବାରଙ୍ଗ ଅଗ୍ନୀଶମ ବାହିନୀ ଉଦ୍ଧାରକାରୀ ଟିମ୍ ଟାଙ୍କି ଭିତରୁ ଜଣ ଜଣ କରି ଅଚେତ ଅବସ୍ଥାରେ ୩ ଜଣଙ୍କୁ ଉଦ୍ଧାର କରି ଥିଲେ । ଆମୁଲାନ୍ସ ଯୋଗେ ତିନି ଶ୍ରମିକଙ୍କୁ କଟକ ଏସସିବି ଡାକ୍ତରଖାନାକୁ ପଠା ଯାଇଥିଲା । ସେଠାରେ ଡାକ୍ତର ତିନି ଶ୍ରମିକଙ୍କୁ ମୃତ ଘୋଷଣା କରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/JXzoZ7Xr0JRsfP4l89MR.jpg)