କନକ ବ୍ୟୁରୋ: ବଲାଙ୍ଗୀର ଜିଲ୍ଲାର ତିନୋଟି ବେଆଇନ କ୍ରସରରେ ଚଢ଼ାଉ କରି ପ୍ରଶାସନ ସିଲ୍ କରିଛି । ଟିଟିଲାଗଡ ତହସିଲ ଅଧିନସ୍ଥ କୁମୁଡ଼ି ପଦର ଓ ପେଣ୍ଡରପଦର ନିକଟ ତିନୋଟି କ୍ରସରକୁ ସିଲ କରାଯାଇଛି । ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅଧିକାରୀ ବବିତା ସ୍ୱାଇଁ ୩ଟି କ୍ରସରକୁ ଯାଇ ବିଭିନ୍ନ କାଗଜ ପତ୍ର ଯାଞ୍ଚ କରିଥିଲେ । ହେଲେ ଯାଞ୍ଚ ବେଳେ କ୍ରସରର କାଗଜପତ୍ର ଦେଖାଇ ପାରିନଥିଲେ କର୍ମଚାରୀ। ୩ଟି କ୍ରସର ବେଆଇନ ଭାବେ ଚାଲୁଥିବା ଜଣାପଡ଼ିବା ପରେ ୩ କ୍ରସରକୁ ସିଲ୍ କରାଯାଇଥିଲା । ଚଢାଉ ସମୟରେ ଟିଟିଲାଗଡ ତହସିଲଦାର, ରାଜସ୍ଵ ନିରୀକ୍ଷକ ଅଧିକାରୀ, ଏସଡିପିଓ ଟିଟିଲାଗଡ଼ ଓ ସ୍ଥାନୀୟ ଥାନା ଅଧିକାରୀ ସାମିଲ ଥିଲେ ।  

Advertisment