କନକ ବ୍ୟୁରୋ: ଅଧା ରହିଗଲା ଜଗା ଦର୍ଶନ । ଭୁବନେଶ୍ବର-ପୁରୀ ୩୧୭ ନମ୍ବର ଜାତୀୟ ରାଜପଥରେ ୩ ଜଣ ଯୁବତୀଙ୍କ ଉପରେ ମାଡ଼ିଗଲା OSRTC ବସ୍ । ପିପିଲି ବାଇପାସ୍ ଓଭରବ୍ରିଜ୍ ନିକଟରେ ଦୁର୍ଘଟଣା ଘଟିଥିବା ବେଳେ ତିନି ଜଣ ଯୁବତୀଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରୁ ଜଣେ ଭୁବନେଶ୍ବର ଓଲ୍ଡ ଟାଉନର ୨୦ ବର୍ଷୀୟ ରିମଝିମ ପ୍ରିୟଦର୍ଶୀ ସାହୁ, ଅନ୍ୟ ୨ଜଣ କେନ୍ଦ୍ରାପଡ଼ା ଅଞ୍ଚଳର ୨୦ ବର୍ଷୀୟ ଏଲିନା ଦାସ ଓ ୨୨ ବର୍ଷୀୟ କାଜଲ ଦାସ । ୩ ଜଣଙ୍କୁ ପିପିଲି ଡାକ୍ତରଖାନା ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ତେବେ ରଙ୍ଗ ସାଇଡରେ ଆସୁଥିବା ଏକ ବାଇକ୍ ସ୍କୁଟିକୁ ଧକ୍କା ଦେବା ପରେ ୩ ଜଣ ଯୁବତୀ ରାସ୍ତାରେ ପଡ଼ି ଯାଇଥିଲେ । ଏହି ସମୟରେ ବସ୍ ଚଢ଼ିଯିବାରୁ ୩ ଜଣଙ୍କ ମୃତ୍ୟୁ ହୋଇଛି । ଘଟଣାକୁ ନେଇ ଉତ୍ତେଜନର ଦେଖିବାକୁ ମିଳିଛି । ନ୍ୟାୟ ଦାବିରେ ଶବ ବ୍ୟବଚ୍ଛେଦ ପାଇଁ ଅନୁମତି ଦେଉନାହାନ୍ତି ପରିବାର ଲୋକେ ।
ଅଧା ରହିଗଲା ଜଗା ଦର୍ଶନ ; ୩ ଯୁବତୀଙ୍କ ଉପରେ ଚଢ଼ିଗଲା ମୋ ବସ୍
ମହାପ୍ରଭୁଙ୍କ ଦର୍ଶନ ପୂର୍ବରୁ ହେଲା ଶେଷ ଯାତ୍ରା । ପିପିଲି ନିକଟ ଜାତୀୟ ରାଜପଥରେ ୩ ଛାତ୍ରୀଙ୍କ ଉପରେ ମାଡିଗଲା ଓଏସଆରଟିସି ବସ୍ । ଗାଡ଼ି ନେଇ ଡ୍ରାଇଭର ଫେରାର । ଜଣେ ଭୁବନେଶ୍ବର, ଦୁଇ ଜଣ କେନ୍ଦ୍ରାପଡାର ହୋଇଥିବା ସୂଚନା ।
/kanak/media/media_files/2025/06/28/accident-2025-06-28-20-34-42.jpg)