କନକ ବ୍ୟୁରୋ : ଆଲୋକମାଳାରେ ଝଲସିବ ଶ୍ରୀଗୁଣ୍ଡିଚା ମନ୍ଦିର ତିନି ଦ୍ଵାର  । ସିଂହଦ୍ୱାରରେ ହେବ ଲାଇଟ୍ ଆଣ୍ଡ ସାଉଣ୍ଡ ସୋ’। ଶ୍ରୀଗୁଣ୍ଡିଚା ମନ୍ଦିର ପୁନର୍ବିକାଶ ପାଇଁ ଖର୍ଚ୍ଚ ହେବ ୩୨ କୋଟି ଟଙ୍କା । ମେ’ ମାସ ସୁଦ୍ଧା କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ଶ୍ରୀଗୁଣ୍ଡିଚା ମନ୍ଦିର ପୁନର୍ବିକାଶ ପାଇଁ ଟେଣ୍ଡର ଆହ୍ବାନ କରିଛି ଶ୍ରୀମନ୍ଦିର ପ୍ରଶାସନ । ସିଂହଦ୍ୱାର ପାର୍ଶ୍ଵରେ ଲାଇଟ୍ ଆଣ୍ଡ ସାଉଣ୍ଡ ସୋ’ ମଧ୍ୟ ହେ ବ। ବାହାର ବେଢ଼ାର ପୂର୍ବ, ଉତ୍ତର, ଦକ୍ଷିଣ ପାର୍ଶ୍ଵରେ ଉନ୍ନତୀକରଣ କରାଯିବ। ପାର୍ଶ୍ଵକୁ ଲାଗି ହେବ ଉଦ୍ୟାନ । ଏହି କାମ ଆସନ୍ତା ମେ’ ମାସ ମଧ୍ୟରେ ସାରିବାକୁ ରହିଛି ଲକ୍ଷ୍ୟ । ବେଢ଼ାରୁ ପ୍ଲାଷ୍ଟର ଛଡ଼ାଯିବା ସହ ଖଣ୍ଡେଲାଇଟ୍‌ ପଥର ଲାଗିବ। ବେଢ଼ା କାନ୍ଥକୁ ମଧ୍ୟ କେମିକାଲ ୱାସ୍‌ କରାଯିବ ।

Advertisment

ଅଧିକ ପଢ଼ନ୍ତୁ :   ପୁରୀ ଶ୍ରୀଗୁଣ୍ଡିଚା ମନ୍ଦିର ଦଳାଚକଟା ଘଟଣା, କାର୍ଯ୍ୟାନୁଷ୍ଠାନ ପାଇଁ ରିପୋର୍ଟ ଦେଲେ ଉନ୍ନୟନ କମିସନର୍ ଅନୁ ଗର୍ଗ

 ସେପଟେ ଆଧ୍ୟାତ୍ମିକ ସ୍ଥଳୀରୁ ବିକାଶ ପାଇଁ ଯେଉଁ ସରକାରୀ ଯୋଜନା ରହିଛି ସେଥିରେ ସ୍ଥାନ ପାଇଛି ଶ୍ରୀଗୁଣ୍ଡିଚା ମନ୍ଦିର ବିକାଶ କାର୍ଯ୍ୟ ।  ୩୨କୋଟି ୭ହଜାର ଟଙ୍କା ବ୍ୟୟରେ ଚାଲିଛି ପୁନାର୍ବିକାଶ  କାର୍ଯ୍ୟ ।  ରଥଯାତ୍ରା ପୂର୍ବରୁ ଶ୍ରୀଗୁଣ୍ଡିଚା ମନ୍ଦିର ବାହାର ଓ ଭିତରକୁ ଏକ ସୁନ୍ଦର ରୂପ ଦେବାକୁ ଚାଲିଛି ପ୍ରୟାସ। ତେବେ ରଥଯାତ୍ରା ବ୍ୟତୀତ ଅନ୍ୟଦିନରେ ଭକ୍ତଙ୍କୁ ଦର୍ଶନ ସୁବିଧା ପାଇଁ ମତ ରଖିଛନ୍ତି ଗବେଷକ । ଶ୍ରୀଗୁଣ୍ଡିଚା ମନ୍ଦିର ବିକାଶ କାଗଜରେ ସୀମିତ ନରହୁ। ପଦ୍ମ ଘୁଞ୍ଚି ଘୁଞ୍ଚି ଗଲା ଭଳି ଶ୍ରୀଗୁଣ୍ଡିଚା ମନ୍ଦିର ଖୋଲିବା ତାରିଖ ଘୁଞ୍ଚି ଘୁଞ୍ଚି ନଯାଉ।